ଖରିଫରେ ୧,୩୦,୧୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ

ସୋନପୁର,୨୮ା୫(ନି.ପ୍ର.):  ୨୦୨୦-୨୧ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାରେ ୧,୩୦,୧୫୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ ସୂଚନା ଦେଇଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଜେନା। ଜିଲାପାଳ ମୋନିଶା ବାନାର୍ଜୀ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଥିବା ଭିତ୍ତିଭୂମି ଓ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ରବି ଚାଷ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପାଇଁ କୃଷି ଅଧିକାରୀମାନେ ବଦ୍ଧପରିକର ହେବା ପାଇଁ ପରାମର୍ଶ ଦେଇଥିଲେ।
୨୦୧୯ ଖରିଫ ଋତୁରେ ୯୪,୯୯୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୯୩,୮୮୫ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ଖରିଫ୍‌ରେ ୧ହଜାର ହେକ୍ଟର ଜମିରେ ଅନ୍ୟ ଶସ୍ୟ ଜାତୀୟ ଫସଲ, ୧୪ ହଜାର ୯୦୦ହେକ୍ଟର ଜମିରେ ଡାଲି ଜାତୀୟ, ୧୯୪୦ ହେକ୍ଟର ଜମିରେ ତୈଳବୀଜ, ୪,୭୦୦ ହେକ୍ଟର ଜମିରେ ତନ୍ତୁ ଜାତୀୟ, ୪,୪୫୦ ହେକ୍ଟର ଜମିରେ ପନିପରିବା, ୧,୦୦୦ହେକ୍ଟର ଜମିରେ ମସଲା ଜାତୀୟ ଓ ୧୨୫ହେକ୍ଟର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜିଲାର ୧, ୧୪, ୩୧୭ ହେକ୍ଟର ଜମିକୁ ବୃହତ, କ୍ଷୁଦ୍ର, ମଧ୍ୟମ, ବୃହତ ଉଠା ଜଳସେଚନ, ଉଠା ଜଳସେଚନ, ଡଗ୍‌ଓ୍ବେଲ ଓ ଅନ୍ୟାନ୍ୟ ଉତ୍ସରୁ ଖରିଫରେ ଜଳଯୋଗାଣ କରାଯିବା ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଜିଲାର ୬୬ଟି ପ୍ୟାକ୍ସ ଓ ୧୩୫ପ୍ରାଇଭେଟ୍‌ ଡିଲରଙ୍କ ମାଧ୍ୟମରେ ୨୭,୨୯୫ କୁଇଣ୍ଟାଲ ଧାନ, ୫୬ କୁଇଣ୍ଟାଲ ହରଡ, ୭୬ କୁଇଣ୍ଟାଲ ମୁଗ, ୩୯ କୁଇଣ୍ଟାଲ ବିରି, ୬୦ କୁଇଣ୍ଟାଲ ଧନିଚା, ୫ କୁଇଣ୍ଟାଲ ରାଶି, ୧୩୫ କୁଇଣ୍ଟାଲ ବାଦାମ ବିହନ ଯୋଗାଇ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛ। ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ମାଟି ନମୁନା ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇ ଦିଆଯିବ। ସମବାୟ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, ୟୁଜିବି ଓ ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ ଜରିଆରେ କୃଷିଋଣ ଯୋଗାଇ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଜୈବିକ ସାର, ରୋଗପୋକ ନିୟନ୍ତ୍ରଣ, ଅଧିକ ଅମଳକ୍ଷମ ଓ ସଙ୍କରଜାତୀୟ ବିହନ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାରେ ସମ୍ପ୍ରସାରଣ ସଂସ୍କାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ମିଶନରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ନୀତି ରଞ୍ଜନ ସେନ୍‌, ଡିଡିଏମ ନାବାର୍ଡ ତାପସ ଶଙ୍କର ରାଉତ, ଏଲଡିଏମ ସରୋଜ କୁମାର ଦାଶ, ତେଲ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲୀପ କୁମାର ପାତ୍ର, ବରପାଲି କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ରଥ, କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ଆଚାର୍ଯ୍ୟ, ଜିଲା ପରିଷଦ ସଭ୍ୟ ଜୟ ନାରାୟଣ ନେଗୀ, ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଆତ୍ମା ତୁଷାର ରଞ୍ଜନ ମିଶ୍ର, ବୀରମହାରାଜପୁର ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଡୁଙ୍ଗୁରିପାଲିର ବିମଳ କୁମାର ଲାକ୍ରା, କ୍ଷେତ୍ର ଅନୁସନ୍ଧାନକାରୀ ସୁନୀଲ କୁମାର ଠାକୁର, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଜୀବନଜିତ୍‌ ସେନ୍‌, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ନରେନ୍ଦ୍ର କୁମାର ସାହୁ ଓ କୃଷି ବିଭାଗର ସମସ୍ତ ଜିଲାସ୍ତରୀୟ ଅଧିକାର ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri