ଖରିଫରେ ୧,୩୦,୧୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ

ସୋନପୁର,୨୮ା୫(ନି.ପ୍ର.):  ୨୦୨୦-୨୧ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାରେ ୧,୩୦,୧୫୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏ ବିଷୟରେ ସୂଚନା ଦେଇଛନ୍ତି ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଜେନା। ଜିଲାପାଳ ମୋନିଶା ବାନାର୍ଜୀ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଥିବା ଭିତ୍ତିଭୂମି ଓ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ରବି ଚାଷ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପାଇଁ କୃଷି ଅଧିକାରୀମାନେ ବଦ୍ଧପରିକର ହେବା ପାଇଁ ପରାମର୍ଶ ଦେଇଥିଲେ।
୨୦୧୯ ଖରିଫ ଋତୁରେ ୯୪,୯୯୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ୯୩,୮୮୫ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ଖରିଫ୍‌ରେ ୧ହଜାର ହେକ୍ଟର ଜମିରେ ଅନ୍ୟ ଶସ୍ୟ ଜାତୀୟ ଫସଲ, ୧୪ ହଜାର ୯୦୦ହେକ୍ଟର ଜମିରେ ଡାଲି ଜାତୀୟ, ୧୯୪୦ ହେକ୍ଟର ଜମିରେ ତୈଳବୀଜ, ୪,୭୦୦ ହେକ୍ଟର ଜମିରେ ତନ୍ତୁ ଜାତୀୟ, ୪,୪୫୦ ହେକ୍ଟର ଜମିରେ ପନିପରିବା, ୧,୦୦୦ହେକ୍ଟର ଜମିରେ ମସଲା ଜାତୀୟ ଓ ୧୨୫ହେକ୍ଟର ଜମିରେ ଆଖୁ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜିଲାର ୧, ୧୪, ୩୧୭ ହେକ୍ଟର ଜମିକୁ ବୃହତ, କ୍ଷୁଦ୍ର, ମଧ୍ୟମ, ବୃହତ ଉଠା ଜଳସେଚନ, ଉଠା ଜଳସେଚନ, ଡଗ୍‌ଓ୍ବେଲ ଓ ଅନ୍ୟାନ୍ୟ ଉତ୍ସରୁ ଖରିଫରେ ଜଳଯୋଗାଣ କରାଯିବା ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଜିଲାର ୬୬ଟି ପ୍ୟାକ୍ସ ଓ ୧୩୫ପ୍ରାଇଭେଟ୍‌ ଡିଲରଙ୍କ ମାଧ୍ୟମରେ ୨୭,୨୯୫ କୁଇଣ୍ଟାଲ ଧାନ, ୫୬ କୁଇଣ୍ଟାଲ ହରଡ, ୭୬ କୁଇଣ୍ଟାଲ ମୁଗ, ୩୯ କୁଇଣ୍ଟାଲ ବିରି, ୬୦ କୁଇଣ୍ଟାଲ ଧନିଚା, ୫ କୁଇଣ୍ଟାଲ ରାଶି, ୧୩୫ କୁଇଣ୍ଟାଲ ବାଦାମ ବିହନ ଯୋଗାଇ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛ। ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ମାଟି ନମୁନା ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇ ଦିଆଯିବ। ସମବାୟ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, ୟୁଜିବି ଓ ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ ଜରିଆରେ କୃଷିଋଣ ଯୋଗାଇ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଜୈବିକ ସାର, ରୋଗପୋକ ନିୟନ୍ତ୍ରଣ, ଅଧିକ ଅମଳକ୍ଷମ ଓ ସଙ୍କରଜାତୀୟ ବିହନ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାରେ ସମ୍ପ୍ରସାରଣ ସଂସ୍କାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ମିଶନରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ନୀତି ରଞ୍ଜନ ସେନ୍‌, ଡିଡିଏମ ନାବାର୍ଡ ତାପସ ଶଙ୍କର ରାଉତ, ଏଲଡିଏମ ସରୋଜ କୁମାର ଦାଶ, ତେଲ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲୀପ କୁମାର ପାତ୍ର, ବରପାଲି କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାସ କୁମାର ରଥ, କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ଆଚାର୍ଯ୍ୟ, ଜିଲା ପରିଷଦ ସଭ୍ୟ ଜୟ ନାରାୟଣ ନେଗୀ, ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଆତ୍ମା ତୁଷାର ରଞ୍ଜନ ମିଶ୍ର, ବୀରମହାରାଜପୁର ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଡୁଙ୍ଗୁରିପାଲିର ବିମଳ କୁମାର ଲାକ୍ରା, କ୍ଷେତ୍ର ଅନୁସନ୍ଧାନକାରୀ ସୁନୀଲ କୁମାର ଠାକୁର, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଜୀବନଜିତ୍‌ ସେନ୍‌, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ନରେନ୍ଦ୍ର କୁମାର ସାହୁ ଓ କୃଷି ବିଭାଗର ସମସ୍ତ ଜିଲାସ୍ତରୀୟ ଅଧିକାର ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri