ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ।

ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ ସମୟ ବାହାରେ ବୁଲିଲେ ଶରୀରରୁ ଜଳୀୟଅଂଶ କମିଯାଇଥାଏ। ଫଳରେ ପାଣି ପିଇବା ନିହାତି ଜରୁରୀ। ଚା’ କଫିଠାରୁ ଦୂରେଇ ରୁହନ୍ତୁ। ଯେତେ ଅଧିକ ପାଣି ପିଇବେ ଶରୀର ପାଇଁ ସେତେ ଭଲ। ଏହା ଦ୍ୱାରା ଶରୀରରୁ ଅପରିଷ୍କାର ପଦାର୍ଥ ଝାଳ ଆକାରରେ ବୋହି ଯାଇଥାଏ। ଫଳରେ ତ୍ୱଚା ଭଲ ରହେ।

ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତୁ: ଜଙ୍କ୍‌ଫୁଡ ଖାଇଲେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଯେତେ ସମ୍ଭବ ଏପରି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

ମେକଅପ୍‌ ଲଗାଇ ଶୁଅନ୍ତୁ ନାହିଁ: ଖରାଦିନେ ହାଲ୍‌କା ମେକଅପ୍‌ ନିଅନ୍ତୁ। ମେକଅପ୍‌ ଲଗାଇ କେବେ ବି ଶୁଅନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ଲୋଚା ହେବାର ସମ୍ଭାବନା ଥାଏ।

ମଏଶ୍ଚରାଇଜ କରିବାକୁ ଭୁଲନ୍ତୁ ନାହିଁ : ଖରାଦିନେ ଅନ୍ତତଃପକ୍ଷେ ୨ ଥର ମଏଶ୍ଚରାଇଜ କରନ୍ତୁ। ଏହାଦ୍ୱାରା ମୁହଁରୁ ବ୍ରଣ ଦୂରେଇ ଯିବା ସହ ତ୍ୱଚା ଉଜ୍ଜ୍ୱଳ ଦିଶିବ।

ଭିଟାମିନ୍‌ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ : ତ୍ୱଚା ପାଇଁ ଭିଟାମିନ ‘ସି’ ଯୁକ୍ତ ଖାଦ୍ୟ ବହୁତ ଲାଭଦାୟକ। କମଳା, ଲେମ୍ବୁ, ଅଙ୍ଗୁର, ଟମାଟୋ ଆଦିରେ ପ୍ରଚୁର ପରିମାଣର ଭିଟାମିନ ‘ସି’ ରହିଛି। ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଶରୀର ସୁସ୍ଥ ରହିଥାଏ।

ସନ୍‌ସ୍କ୍ରିନ୍‌ ବ୍ୟବହାର କରନ୍ତୁ : ଖରାଦିନେ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣ ତ୍ୱଚା ପାଇଁ ବହୁ କ୍ଷତିକାରକ। ତେଣୁ ସନ୍‌ସ୍କ୍ରିନ ବ୍ୟବହାର କରିବା ନିହାତି ଆବଶ୍ୟକ। ସନ୍‌ସ୍କ୍ରିନ ଲୋଶନ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri