ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ଭାଇ, ଭଉଣୀଙ୍କୁ ମିଳିଲା ଭତ୍ତା

ଖଜୁରିପଡ଼ା/ବଲସକୁମ୍ପା,୩୧ା୫(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁ ନ ଥିଲା। ସେହିପରି ସୁନ୍ଦରଗଡ ଗ୍ରାମର ଶ୍ରୀୟା କହଁର ସ୍ବାମୀଙ୍କ ମୃତ୍ୟୁର ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ମଧ୍ୟ ବିଧବା ଭତ୍ତା ପାଉ ନ ଥିଲେ। ବିଭିନ୍ନ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଭତ୍ତା ଫର୍ମ ପୂରଣ କରି ଆଣିଥିଲେ। ଶେଷରେ ଶୁକ୍ରବାର ଶ୍ରୀୟା କହଁରଙ୍କୁ ବିଡିଓ ରବୀନ୍ଦ୍ର ନାଥ କହଁର ଏବଂ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର, ଉପାଧ୍ୟକ୍ଷା ସୌଦାମିନୀ କହଁର ପ୍ରମୁଖ ଉପସ୍ଥିତ ରହି ଭତ୍ତା ପ୍ରଦାନ କରିଥିଲେ। ସେହିପରି ସତ୍ୟବାନଙ୍କୁ ଆଗରୁ ଭତ୍ତା ମିଳିସାରିଥିବାବେଳେ ଭଉଣୀ ସତ୍ୟପ୍ରଭାଙ୍କୁ ଶନିବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାରାଣୀ ନାୟକ ଘରକୁ ଯାଇ ଭତ୍ତା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri