Posted inରାଜ୍ୟ

ଖଣ୍ଡପଡ଼ା ବ୍ଲକର ସାଧୁଆପଲ୍ଲୀ ଗାଁ: ସରକାରୀ ଯୋଜନା ଏଠି ଅପହଞ୍ଚ

ଖଣ୍ଡପଡ଼ା,୧୯ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁ। ସ୍ବାଧୀନତାର ଦୀର୍ଘ ୭୨ବର୍ଷ ପରେ ବି ଗାଁଟି ଯେପରି ଅନ୍ଧାରୀ ମୂଲକରେ ରହିଯାଇଛି। ଜିଲା କିମ୍ବା ବ୍ଲକ ପ୍ରଶାସନ କାହାରି ବି ନଜର ନାହିଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଗାଁଟି ପଛରେ ରହିଯାଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।

ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୨୨ ପରିବାରରେ ପ୍ରାୟ ଶହେରୁ ଅଧିକ ଲୋକ ବସବାସ କରନ୍ତି। ଆଦିବାସୀ ମାଳୁଆକନ୍ଧ ଭାବରେ ପରିଚିତ ଏହି ଲୋକମାନେ ମୁଖ୍ୟତଃ ପରସ୍ପର ସହିତ କୁଇ ଭାଷାରେ କଥାବାର୍ତ୍ତା କରିଥାନ୍ତି। ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଆପତ୍‌କାଳୀନ ସମୟରେ ରୋଗୀ ତଥା ପ୍ରସୂତିମାନଙ୍କୁ ଦୋଳାରେ ନେବାଆଣିବା କରିବାକୁ ହୁଏ । କାରଣ ଏହି ଗାଁକୁ କୌଣସି ଗାଡିମୋଟର କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ। ଗାଁରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମିଯିବା ଫଳରେ ସରକାରଙ୍କ ଯୋଜନା କ୍ରମେ ଏହାକୁ ଗତ ବର୍ଷଠାରୁ ବନ୍ଦ କରି ଦିଆଯାଇଛି। ଫଳରେ ୫କି.ମି. ଦୂର ଗଡିଆସାହିକୁ ପିଲାମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଯାଉଛନ୍ତି। ଗାଁ ଲୋକେ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ସିଲାଇ ସହ ଅନ୍ୟର ମୂଲ ଲାଗି ଓ ଛେଳି, ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରିଥାନ୍ତି ା ପାନୀୟଜଳ ସମସ୍ୟା ଦୀର୍ଘ ବର୍ଷରୁ ଲାଗିରହିଛି। କୂଅ, ପୋଖରୀ ନ ଥିବାବେଳେ ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ଅନ୍ୟ ଏକ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ନାଲିପାଣି ବାହାରୁଛି। ଏଥିରେ ଭାତ, ତରକାରି ରାନ୍ଧିଲେ ତାହା କଳା ପଡିଯାଉଥିବା ବାସିନ୍ଦାଙ୍କ ସହ ୱାର୍ଡ ସଭ୍ୟ ଲକ୍ଷ୍ମୀଧର ପ୍ରଧାନ ପ୍ରକାଶ କରିଥିଲେ । ସଂପ୍ରତି ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ନାନ ଶୌଚାଦି ପାଇଁ ଗାଁ ନିକଟ ମୋଡାନାଳକୁ ଯାଉଛନ୍ତି। ସ୍ବଚ୍ଛ ଭାରତ ମିଶନ ଗାଁ ପାଇଁ ସ୍ବପ୍ନ ପାଲଟିଛି । କୌଣସି ପରିବାର ପକ୍ଷେ ପାଇଖାନା କରିବା ସମ୍ଭବ ହୋଇନାହିଁ । ସରକାରଙ୍କ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଏଠି ଅପହଞ୍ଚ। ଏହିସବୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିବା କହିଛନ୍ତି ସାବିତ୍ରୀ ବେହେରା, ସାଇବାଣୀ ବେହେରା, ମହେଶ୍ୱର ପ୍ରଧାନ, କରୁଣା ପ୍ରଧାନ, ଭିକାରୀ ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ଗ୍ରାମବାସୀ। କ୍ରମାଗତ ଅବହେଳାର ଶିକାର ହୋଇଆସୁଥିବା ଲୋକମାନେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ରାଜ୍ୟ ସରକାର ଆମ ଗାଁ, ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ସାଧୁଆପଲ୍ଲୀ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ ା ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିପିନ ବିହାରୀ ସାମଲଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗ୍ରାମକୁ ରାସ୍ତା ସଂଯୋଗ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘରୋଇ ଜାଗା ରହିଥିବାରୁ ଏହା କରିବା ସମ୍ଭବ ହୋଇପାରୁନି। ପାନୀୟ ଜଳ ସମସ୍ୟା ସମାଧାନ ନିମନ୍ତେ ସୋଲାର ସିଷ୍ଟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି। ସରକାରଙ୍କ ପକ୍ଷରୁ ଗ୍ରାମରେ ଏକ ସୋଲାର ସିଷ୍ଟମ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସେ ଦାବି କରିଥିବା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?