ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଅନ୍ୟପକ୍ଷେ ଶିକାରୀମାନେ ବିଦ୍ୟୁତ୍ ତାର ବିଛାଇ ଅବାଧରେ ବାର୍ହା ଶିକାର କରୁଥିବା ଅଭିଯୋଗ ହେଉଛି।
ନିର୍ବାଚନମଣ୍ଡଳି ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, କୋସକା, ସିଂହାପଡା, ବେଣାଗାଡିଆ, ଗୋପୀନାଥପୁର, ବାଣପୁର, ଘଣାଶାଳିଆ, ବଳରାମପ୍ରସାଦ, ପଥରଚକଡା, ମାଧପୁର, ହନୁମନ୍ତ ପ୍ରସାଦ, ବାଉଁଶବାଟି, ମହୁଲବେରଣା ଆଦି ବିଭିନ୍ନ ଅଞ୍ଚଳର ଚାଷ ଜମିରେ ସଞ୍ଜ ନଇଁଲେ ପଲ ପଲ ବାର୍ହା ପଶୁଛନ୍ତି। ସେମାନେ ବିଲରେ ପଶି ପନିପରିବା ସହିତ ଧାନ, ଆଖୁ ଓ ସାରୁ ଫସଲ ନଷ୍ଟ କରୁଛନ୍ତି। ଏପରି କି ବାର୍ହାଙ୍କୁ ଘଉଡ଼ାଇବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା ଅପରପକ୍ଷରେ କୁସୁମୀ ନଦୀ ପାର୍ଶ୍ୱସ୍ଥ ଇଲାକାରେ ଆଖପାଖ ଅଞ୍ଚଳର ଲୋକମାନେ ପନିପରିବା ଚାଷ କରିଥିବା ବେଳେ ବାର୍ହା ପଲ ରାତିରେ ସେଠାକୁ ଆସି ଫସଲ ନଷ୍ଟ କରୁଛନ୍ତି। ଏହାର ସୁଯୋଗ ନେଇ କେତେକ ଲୋକ ଉଠାଜଳସେଚନ ପଏଣ୍ଟ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂଯୋଗ ହୋଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ତାରରେ ବେଆଇନ ହୁକ ପକାଇ ବାର୍ହା ଶିକାର କରୁଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବ୍ଲକ ଅଧୀନ ବନମାଳୀପୁର, ରାଣୀଛେଲ୍ଲୀ, ବାହାଡା, ରାଣୀପଡା, ଯୋଗିଆପଲ୍ଲୀ, ସିଂଘାପଡା, କିଆଝର, ବୋଦସା, କୋସକା, ଗଡିଆସାହି ପ୍ରଭ୍ୃତି ଅଞ୍ଚଳରେ ବାର୍ହା ଶିକାର ଏବେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହା ପରିବେଶବିତ୍ମାନଙ୍କ ପାଇଁ ଘୋର ଉଦ୍ବେଗର କାରଣ ପାଲଟିଛି ା ଏ ନେଇ ବନ ବିଭାଗ ନିକଟରେ ଖବର ଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଅବାଧରେ ଚାଲିଥିବା ବାର୍ହା ଶିକାର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସେ ଅନୁସନ୍ଧାନ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବିଦ୍ୟୁତ୍ ହୁକ ପକାଇ ରାତିରେ ବାର୍ହା ଶିକାର ବେଳେ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି। ବିଦ୍ୟୁତ କର୍ମଚାରୀମାନେ ଲାଇନ କାହିଁକି କଟିଲା ବୋଲି ଅନୁସନ୍ଧାନରେ ଯିବା ସମୟରେ ଶିକାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କୁ ଦୂରରୁ ଦେଖି ହୁକ ଲାଇନ ବିଚ୍ଛିନ୍ନ କରି ଅନ୍ୟତ୍ର ଚାଲି ଯାଉଛନ୍ତି। ଫଳରେ ସେମାନଙ୍କୁ ଧରିବା ସମ୍ଭବ ହେଉ ନ ଥିବା ବିଦ୍ୟୁତ ବିଭାଗ କର୍ମଚାରୀ କହିଛନ୍ତି । ଖଣ୍ଡପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରାରେ ବିଦ୍ୟୁତ୍ ତାର ବିଛାଇ ବାର୍ହା ଶିକାର କରୁଥିବା ଶିକାରୀ ତଥା ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପ୍ରତି ଖଣ୍ଡପଡା ବନାଞ୍ଚଳ ଅଧିକାରୀ, ନୟାଗଡ ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା
‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା
ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ନବୀନଙ୍କ ଟାର୍ଗେଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍ ବସିବାକୁ ଧୈର୍ଯ୍ୟ ନାହିଁ’
ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...
୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…
ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...
ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ
ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...
ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା
ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...
ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...
Archives


