ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି

କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଶନିବାର କୋର୍ଟ ପକ୍ଷରୁ ସତର୍କ କରାଇଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ପୈଠ କରି ନ ଥିବା ଜିଲାର ୯ଟି ଖଣି ସଂସ୍ଥା ବିରୋଧରେ ସ୍ଥାନୀୟ ଜିଲାପାଳଙ୍କ କୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତି ମାମଲା (ସାର୍ଟିଫିକେଟ କେସ) ଚାଲିଛି। ଶନିବାର ଉକ୍ତ ମାମଲାର ଶୁଣାଣି ହୋଇଥିଲା। କୋର୍ଟରେ ହାଜର ହେବା ସକାଶେ ୯ ଖଣିକୁ ନୋଟିସ୍‌ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମାଲା ରାୟ, ବିପିଏମଇ, ଏମଆର ଦାସ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ଏସସି ପାଢୀ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ର ଖଣିର ପ୍ରତିନିଧି ଉପସ୍ଥିତ ଥିବା ବେଳେ ଭଞ୍ଜ ମିନେରାଲ ପକ୍ଷରୁ କେହି ଆସି ନ ଥିଲେ। କେତେକ ଖଣି ସଂସ୍ଥା ଉଚ୍ଚ ନ୍ୟାୟାଳୟର କେସ ପେଣ୍ଡିଂ ଥିବା ଦର୍ଶାଇ ସମୟ ଗଡାଉଥିବାରୁ କୋର୍ଟ ତାହାକୁ ଏଣିକି ଗ୍ରହଣ କରିବେନାହିଁ ବୋଲି ମନା କରିଦେଇଥିଲେ। ଏନେଇ ଖଣି ସଂସ୍ଥା ଅଡୁଆରେ ପଡିଯାଇଛନ୍ତି। ମାମଲାର ଶୁଣାଣି ବେଳେ ମାଲା ରାୟ, ବିପିଏମଇ, ଏସସି ପାଢୀ, ମିନେରାଲ ଟ୍ରେଣ୍ଡିଂ ସିଣ୍ଡିକେଟ ଅଧିକ ସମୟ ମାଗିବାରୁ ସେମାନଙ୍କୁ ୧୫ ଦିନ ମହଲତ ଦିଆଯାଇଥିବା ଜଣାପଡିଛି। ଏମଆର ଦାସ, ମେସ୍କୋର ଦୁଇଟି ଖଣି, ଏସଏନ ଦାସ ମହାପାତ୍ରଙ୍କ ଖଣିକୁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଜରିମାନା ପୈଠ ନ କଲେ ସମ୍ପତ୍ତି ବିକ୍ରି ପାଇଁ ନୋଟିସ (ଓାରେଣ୍ଟ ଅଫ ସେଲ) ଜାରି କରାଯିବା ସହ ‘ଆରେଷ୍ଟ ଅଫ ଓାରେଣ୍ଟ’ ଇସ୍ୟୁ କରାଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ଚାପ ପଡୁଥିବାରୁ ଜିଲା ପ୍ରଶାସନ ଉକ୍ତ ମାମଲାକୁ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରୁଛି। ପରବର୍ତ୍ତୀ ଶୁଣାଣି ଜୁନ ୨୨ରେ ହେବ ବୋଲି ଜଣାପଡିଛି।
ଉଲ୍ଲେଖନୀୟ ଯେ, କେନ୍ଦୁଝର ଜିଲାରେ ସମୁଦାୟ ୩୩ ଖଣି ମଧ୍ୟରୁ ୨୪ କମ୍ପାନୀ ବିରୋଧରେ କେସ ରୁଜୁ ହୋଇଛି। ମୋଟ ୬୩ଶହ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ବେଳେ ଅଦ୍ୟାବଧି ମାତ୍ର ୫୨୦ କୋଟି ଆଦାୟ ହୋଇଛି। ସେଥିରୁ ପାଖାପାଖି ଓଏମଡିସି ୫୧୧ କୋଟି ଟଙ୍କା ଦେଇଥିବା ବେଳେ ବିଡି ପଟ୍ଟନାୟକ ୧ କୋଟି, ଡକ୍ଟର ସରୋଜିନୀ ପ୍ରଧାନ ୧ କୋଟି, ବିପିଏମଇ ୨ କୋଟି, ନାରାୟଣୀ ସନ୍ସ ପାଖାପାଖି ୨ କୋଟି ଟଙ୍କା ଜମା କରିଥିବା ଜଣାପଡିଛି। କେତେକ ଖଣି ସଂସ୍ଥା ଏନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିବାରୁ ଜରିମାନା ଅର୍ଥ ଜମା ଦେବେ ନଚେତ ସମ୍ପତ୍ତି ବାଜ୍ୟାପ୍ତି ହେବା ନିଶ୍ଚିତ ବୋଲି ଆଇନଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri