ଖଡ଼ଗପୁର ଡିଆର୍‌ଏମ୍‌ଙ୍କୁ ଭେଟିଲେ ପ୍ରତିନିଧି ଦଳ

ଜଳେଶ୍ୱର,୬।୧(ସ୍ବ.ପ୍ର.)- ଖଡଗପୁର ରେଳ ଡିଭିଜନ ଅଧୀନ ବାଲେଶ୍ୱର ଜିଲାର ଜଳେଶ୍ୱର ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏଣୁ ଜଳେଶ୍ୱରକୁ ଏକ ମଡେଲ ଷ୍ଟେଶନ କରାଯିବା ଲାଗି ଶନିବାର ଜଳେଶ୍ୱରର ସମାଜକଲ୍ୟାଲ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ଖଡଗପୁର ଡିଭିଜନ୍‌ ଡିଆର୍‌ଏମ୍‌ ମନୋଜ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ୩ ଯୋଡା ଟ୍ରେନ ଚଳାଚଳ ଲାଗି ଦାବି ଉପସ୍ଥାପନ କରାଯାଇଥିଲା।
ଖଡଗପୁର ଡିଆର୍‌ଏମଙ୍କ ସହ ଆଲୋଚନା ବେଳେ ଜଳେଶ୍ୱର ରେଳ ଷ୍ଟେଶନର ଭିତ୍ତିଭୂମି ବିକାଶ ଉପରେ ପ୍ରତିନିଧିଦଳ ଗୁରୁତ୍ୱାରୋପ କରିଥିଲେ। ଉତ୍ତର ବାଲେଶ୍ୱରରୁ ସକାଳୁଆ ଭୁବନେଶ୍ୱର ଯିବା ପାଇଁ ଖଡ଼ଗପୁର ଛାଡୁଥିବା ଫାଷ୍ଟ ପାସେଞ୍ଜରକୁ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ସହିତ ଲିଙ୍କ୍‌ କରାଯିବା ନେଇ ଦାବି ଉପସ୍ଥାପନ କରାଯାଇଥିଲା। ପୂର୍ବାହ୍ନ ୧୦ଟା୪୦ପରେ ଖଡ଼ଗପୁରରୁ ବାଲେଶ୍ୱର କୌଣସି ପାସେଞ୍ଜର ଟ୍ରେନ୍‌ ସନ୍ଧ୍ୟା ୬ଟା ଯାଏ ଚଳାଚଳ କରୁ ନ ଥିବାରୁ ଏହି ସମୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରିବା, ଖଡଗପୁର ଭେଲୁପୁରମ୍‌ ଏକ୍ସପ୍ରେସ୍‌ ଜଳେଶ୍ୱରରେ ଅଟକିବା, ଜଳେଶ୍ୱରର ଉତ୍ତରପଟେ ୩ନଂ ପ୍ଲାଟଫର୍ମରୁ ପଶ୍ଚିମବାଡ଼ ପଟେ ଯାତାୟତ ଲାଗି ଓଭରବ୍ରିଜ୍‌ ନିର୍ମାଣ, ପଶ୍ଚିମବାଡ଼ ପଟେ ଟିକଟ କାଉଣ୍ଟର ଖୋଲିବା, ୨ ଓ ୩ ନଂ ପ୍ଲାଟଫର୍ମରେ ଶୌଚାଳୟ ବ୍ୟବସ୍ଥା , ୧ ନଂ ପ୍ଲଟଫର୍ମରେ ଅଧିକ ସେଡ଼ ନିର୍ମାଣ, ୨ ଓ ୩ନଂ ପ୍ଲାଟଫର୍ମରେ ଟ୍ରେନ୍‌ର ୨ଟି ବଗି ବାହାରକୁ ରହୁଥିବାରୁ ତାହାର ଦୈର୍ଘ୍ୟ ବୃଦ୍ଧି କରିବା, ଲିଫ୍ଟ ନିର୍ମାଣ, ରେଳ ଷ୍ଟେସନକୁ ଏନ୍‌ଏସ୍‌ଜି-୪ର ମାନ୍ୟତା ଦେବା ଏବଂ ରାଇବଣିଆ ଦୁର୍ଗ ଢାଞ୍ଚାରେ ଷ୍ଟେଶନର ମୁଖ ଶାଳା ନିର୍ମାଣ ଦାବି ଉଠାଯାଇଥିଲା। ଡିଆର୍‌ଏମ୍‌ ପ୍ରଧାନ ଏସବୁ ଦାବି ଶୁଣିବା ପରେ ଆଇଭିଆର୍‌ ଓ ୱାଇଫାଇ ସିଷ୍ଟମ ୫ଦିନ ମଧ୍ୟରେ ଏବଂ ମାର୍ଚ୍ଚ ସୁଦ୍ଧା ୨ଟି ଲିଫ୍ଟ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ୩ୟ ରେଳପଥ କାର୍ଯ୍ୟ ଶେଷ ନ ହେବା ପଯର୍‌ୟନ୍ତ ପଶ୍ଚିମବାର୍ଡ଼ ପଟେ କୌଣସି ସମ୍ପ୍ରସାରଣ କାର୍ଯ୍ୟ ହେବ ନାହିଁ। ତେବେ ଟେମ୍ପୋ ଷ୍ଟାଣ୍ଡ ନିର୍ମାଣ, ସିସି ଟିଭି ଓ ଡିସ୍‌ପ୍ଲେ ବୋଡ ୫ଦିନ ମଧ୍ୟରେ କାଯର୍‌ୟକ୍ଷମ ହେବ ବୋଲି କହିଥିଲେ ା ଅନ୍ୟ କେତେକ ଦାବି ସମ୍ପର୍କରେ ରେଳବୋର୍ଡ଼ ସହିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଆଲୋଚନା ବେଳେ ସମାଜ କଲ୍ୟାଣ ବିକାଶ ପରିଷଦର ସମ୍ପାଦକ ଜେନା, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ଶରତ ଚନ୍ଦ୍ର ପରିଡ଼ା, ଅବନୀ ଚାନ୍ଦ, ଅଜିତ୍‌ ମହାନ୍ତି, ପ୍ରଦିପ୍ତ କିଶୋର ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଡିଆର୍‌ଏଙ୍କ ସହିତ ଚିଫ ଅଫିସ୍‌ ସୁପରିଟେଣ୍ଡେଣ୍ଟ ସୁନିଲ କୁମାର ଗିରି, ଏ ରବି କୁମାର, ସିଡ଼ିଟିସି ଗଦାଧର କରଣ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri