Posted inଜାତୀୟ

କ୍ୱିକ୍‌ ହିଲର ପରବର୍ତ୍ତୀ ପିଢି ସିକ୍ୟୁରିଟି ସଲ୍ୟୁଶନ

ପୁଣେ,୧୯-୫: କ୍ୱିକ୍‌ ହିଲ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ପରବର୍ତ୍ତିି ପିଢିର ସାଇବର ସିକ୍ୟୁରିଟି ସଲ୍ୟୁଶନ ଲାଇଟର ସ୍ମାର୍ଟର ଫାଷ୍ଟର ସମ୍ପର୍କରେ ଘୋଷଣା କରାଯାଇଛି। ଏଗୁଡିକ ଲାପଟପ ଏବଂ ଡେକ୍ସଟପ ପାଇଁ ସହାୟକ ହୋଇ ପାରିବ। ଭବିଷ୍ୟତକୁ ସୁହାଇଲା ଭଳି ସିକ୍ୟୁରିଟି ସମାଧାନ ଯୋଗାଣ ଦିଗରେ କମ୍ପାନୀ କାର୍ଯ୍ୟ କରୁଛି। ସାଇବର ଆଟାକ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ନୂଆ ପ୍ରଡକ୍ଟ ଏହାକୁ ପ୍ରତିରୋଧ କରିବା ଦିଗରେ ଯୋଗଦାନ ରଖି ପାରିବ ବୋଲି ଏହା ସୂଚନା ଦେଇଛି। ୨୦୧୮ରେ ୯୭୩ ନିୟୁତ ମାଲଓ୍ବେର ଆଟାକ ହୋଇଥିବା କମ୍ପାନୀ ଏହାର ଆନୁଆଲ ଥ୍ରେଟ୍‌ ରିପୋର୍ଟ-୨୦୧୯ରେ ପ୍ରକାଶ କରିଛି। ସେହିଭଳି ରାନସମଓ୍ବେର, କ୍ରିପ୍ଟୋ ମାଇନର୍‌ସ ଏବଂ ବ୍ୟାଙ୍କିଙ୍ଗ ଟ୍ରୋଜାନ୍ସ ଭଳି ଆଟାକ ବଢୁଥିବା ଦେଖା ଯାଉଛି। ଏପରି ସ୍ଥିତିରେ ସିଷ୍ଟମର ନିରାପତ୍ତା ଜରୁରୀ ହୋଇ ପଡିଛି। କ୍ୱିକ୍‌ ହିଲର ବିଭିନ୍ନ ପ୍ରଡକ୍ଟ ଅଫର ମଧ୍ୟରେ ଟୋଟାଲ ସିକ୍ୟୁରିଟି, ଇଣ୍ଟରନେଟ ସିକ୍ୟୁରିଟି, ଆଣ୍ଟି ଭାଇରସ ପ୍ରୋ ସାମିଲ ରହିଛି। ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ସାଇବର ସିକ୍ୟୁରିଟି ସମାଧାନ ପ୍ରଦାନ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଥିବା କ୍ୱିକ୍‌ ହିଲର ଏମ୍‌ଡି ତଥା ସିଇଓ କୌଳାଶ କଟକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri