Categories: ଖେଳ

କ୍ୱାର୍ଟରରେ ପ୍ରଣୟ-ସୌରଭ

ଫୁଲେର୍ଟନ(ଆମେରିକା),୧୨।୭(ପିଟି)- ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭଟିବେ। ଦ୍ୱିତୀୟ ସିଡ୍‌ ପ୍ରଣୟ ୨୧-୧୬, ୧୮-୨୧, ୨୧-୧୬ ଗେମ୍‌ରେ କୋରିଆର କ୍ୱାଓ୍ବାଙ୍ଗ ହି ହେଓଙ୍କୁ ଗେମ୍‌ରେ ପରାସ୍ତ କରିଛନ୍ତି। ବିଜୟ ଲାଗି ପ୍ରଣୟଙ୍କୁ ପୂରା ଏକ ଘଣ୍ଟା ଲାଗିଥିଲା। ପୂର୍ବରୁ ସୌରଭ ଦ୍ୱିତୀୟ ରାଉଣ୍ଡରେ ଅନ୍ୟ ଭାରତୀୟ ଖେଳାଳି ଲକ୍ଷ୍ୟ ସେନଙ୍କୁ ୨୧-୧୧, ୧୯-୨୧, ୨୧-୧୨ ବ୍ୟବଧାନରେ ହରାଇଥିଲେ। ଉଭୟ ବିଜୟ ଯୋଗୁ ଟୁର୍ନାମେଣ୍ଟର ସେମିଫାଇନାଲରେ ଜଣେ ଭାରତୀୟ ଖେଳାଳିଙ୍କ ସ୍ଥାନ ଥିବା ସ୍ପଷ୍ଟ ହୋଇଛି।

Share