Categories: ଖେଳ

କ୍ୱାର୍ଟରରେ କାଶ୍ୟପ, ସୌରଭ

କାଲଗାରି, ୫।୭(ପି.ଟି.)- ଭାରତୀୟ ଶଟଲର ପାରୁପାଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୭୫ ହଜାର ଆମେରିକୀୟ ଡଲାର କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ କାଶ୍ୟପ ୨୩-୨୧, ୨୧-୧୩, ୨୧-୧୯ ଗେମ୍‌ରେ ଚାଇନାର ରେନ ପେଙ୍ଗଙ୍କୁ ହରାଇଛନ୍ତି। ତାଙ୍କୁ ମ୍ୟାଚ୍‌ ଜିତିବା ଲାଗି ଏକ ଘଣ୍ଟା ୨୪ ମିନିଟ୍‌ ଲାଗିଥିଲା। ଜାତୀୟ ଚାମ୍ପିୟନ ସୌରଭ ୨୧-୧୩, ୧୫-୨୧, ୨୧-୧୫ ଗେମ୍‌ରେ ଚାଇନିଜ ଶଟଲର ସୁନ ଫେଇ ଜିଆଙ୍ଗଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ୬ଷ୍ଠ ସିଡ୍‌ କାଶ୍ୟପ ଫ୍ରାନ୍ସର ଲୁକାସ କ୍ଲାଏରବାଉଟ୍‌ଙ୍କୁ ଭେଟିବାକୁ ଥିବାବେଳେ ସୌରଭ ଚାଇନାର ଲିଶି ଫେଙ୍ଗଙ୍କ ସହ ମୁକାବିଲା କରିବେ।

Share