କ୍ୱାରାଣ୍ଟାଇନକୁ ଲୁଚିଲେ ବାବୁ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌

ଅନେକ ବାବୁ ଭାବନ୍ତି ଯେ,ନିୟମ ସେମାନଙ୍କ ପାଇଁ ନୁହେଁ , ତାହା କେବଳ ଅନ୍ୟମାନଙ୍କ ପାଇଁ କରାଯାଇଛି । କେରଳରେ ଜଣେ ଆଇଏଏସ୍‌ ଅଧିକାରୀ ବିଦେଶରୁ ଫେରିବା ପରେ ହୋମ କ୍ୱାରାଣ୍ଟାଇନକୁ ଏଡାଇଗଲେ। ପରେ ତାଙ୍କ ଘରୋଇ ସହର କାନପୁର(ଉତ୍ତରପ୍ରଦେଶ)ରେ ତାଙ୍କୁ ଠାବ କରାଯାଇଥିତ୍ଲା। ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ଯୋଗୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କୋଲ୍ଲାମର ଉପଜିଲାପାଳ ଅନୁପମ ମିଶ୍ର ସିଙ୍ଗାପୁରରୁ ଫେରିଥିଲେ ଏବଂ ତାଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିିଆଯାଇଥିଲା। କରୋନା ଭାଇରସ୍‌ ବ୍ୟାପୁଥିବା ସମୟରେ ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ରହିଥିବା ମାନଦଣ୍ଡକୁ ଆଧାର କରି ତାଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା। ତେବେ ସେ ଏହାକୁ ମାନିଲେ ନାହିଁ; ଯାହାଦ୍ୱାରା ଜଣେ ଆଇଏଏସ୍‌ ଅଧିକାରୀଙ୍କ ପକ୍ଷରେ ଏହା ବିରାଟ ଭୁଲ୍‌ ବୋଲି ସରକାର ମନେକରିଛନ୍ତି। ପ୍ରଥମେ ମିଶ୍ରଙ୍କ ଅନ୍ତର୍ଦ୍ଧାନ ଖବର ଜଣାପଡିଲା ପରେ କୋଲ୍ଲାମ ଅଧିକାରୀମାନେ ସଙ୍ଗେ ସଙ୍ଗେ ତାଙ୍କ ଡ୍ରାଇଭର, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ସଚିବଙ୍କୁ ଆଇସୋଲେଶନ୍‌ରେ ରଖିଥିଲେ। କୋଭିଡ୍‌-୧୯ ସଂକ୍ରମଣରେ କେରଳ ଦେଶରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଏବଂ ଏହା ଲକ୍‌ଡାଉନରେ ରହିଛି। ଏ ସଂକ୍ରାନ୍ତରେ କେରଳ ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତିି ଏବଂ ମିଶ୍ର ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁ ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଣାପଡିଛି।
କେରଳ ବାବୁଙ୍କ ପୁନଃ ନିଯୁକ୍ତି
ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇ ଜଣେ ସାମ୍ବାଦିକଙ୍କ ଜୀବନ ନେଇଥିବା ଅଭିଯୋଗରେ ପୋଲିସ କେରଳର ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ଅଭିଯୁକ୍ତ କରିବା ପରେ ସେ ବଦନାମ ହୋଇଥିଲେ। ସେ ଏବେ ଚାକିରିରେ ପୁନଃ ନିଯକ୍ତି ପାଇଛନ୍ତି। ଗତବର୍ଷ ଅଗଷ୍ଟରେ ରାଜ୍ୟ ରାଜଧାନୀରେ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମଣଙ୍କୁ ସରକାର ନିଲମ୍ବିତ କରିଥିଲେ। ତେବେ ବିରୋଧୀ ଦଳ ଏବଂ ଜନସାଧାରଣଙ୍କ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଥିବା ସତ୍ତ୍ୱେ ଏହି ବାବୁଙ୍କୁ ପୁନଃ ନିଯୁକ୍ତି ଦେବା ଲାଗି ବାରମ୍ବାର ପ୍ରୟାସ କରାଯାଇଥିଲା। ଏହା ପୂର୍ବରୁ ଏହି ବର୍ଷ ଜାନୁୟାରୀରେ ମୁଖ୍ୟ ଶାସନ ସଚିବ ଟମ୍‌ ଜୋଶେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭେଙ୍କଟରମଣଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ସରକାର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ଏବେସୁଦ୍ଧା ଏହାକୁ ସ୍ଥଗିତ ରଖାଯାଇଛି। କେରଳ ଏବେ କୋଭିଡ୍‌-୧୯ ସଂକ୍ରମଣ ବିରୋଧରେ ଲଢେଇ କରୁଛି । ଏହି ପରିପ୍ରେକ୍ଷୀରେ ଦାଗୀ ବାବୁଙ୍କ ପୁନଃ ନିଯୁକ୍ତି ନିଷ୍ଫତ୍ତିକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ। ଲକ୍ଷ୍ୟ କରିବା ଉଚିତ ବୋଲିି କୁହାଯାଉଛି। ତେବେ ବାବୁଙ୍କ ପୁନଃ ନିଯୁକ୍ତି ଏତେ ସହଜରେ ହୋଇଯିବା ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri