କ୍ୱାରାଣ୍ଟାଇନକୁ ଲୁଚିଲେ ବାବୁ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌

ଅନେକ ବାବୁ ଭାବନ୍ତି ଯେ,ନିୟମ ସେମାନଙ୍କ ପାଇଁ ନୁହେଁ , ତାହା କେବଳ ଅନ୍ୟମାନଙ୍କ ପାଇଁ କରାଯାଇଛି । କେରଳରେ ଜଣେ ଆଇଏଏସ୍‌ ଅଧିକାରୀ ବିଦେଶରୁ ଫେରିବା ପରେ ହୋମ କ୍ୱାରାଣ୍ଟାଇନକୁ ଏଡାଇଗଲେ। ପରେ ତାଙ୍କ ଘରୋଇ ସହର କାନପୁର(ଉତ୍ତରପ୍ରଦେଶ)ରେ ତାଙ୍କୁ ଠାବ କରାଯାଇଥିତ୍ଲା। ବିନା ଅନୁମତିରେ ଅନୁପସ୍ଥିତ ରହିଥିବା ଯୋଗୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କୋଲ୍ଲାମର ଉପଜିଲାପାଳ ଅନୁପମ ମିଶ୍ର ସିଙ୍ଗାପୁରରୁ ଫେରିଥିଲେ ଏବଂ ତାଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିିଆଯାଇଥିଲା। କରୋନା ଭାଇରସ୍‌ ବ୍ୟାପୁଥିବା ସମୟରେ ବିଦେଶରୁ ଫେରୁଥିବା ଲୋକଙ୍କ ପାଇଁ ରହିଥିବା ମାନଦଣ୍ଡକୁ ଆଧାର କରି ତାଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା। ତେବେ ସେ ଏହାକୁ ମାନିଲେ ନାହିଁ; ଯାହାଦ୍ୱାରା ଜଣେ ଆଇଏଏସ୍‌ ଅଧିକାରୀଙ୍କ ପକ୍ଷରେ ଏହା ବିରାଟ ଭୁଲ୍‌ ବୋଲି ସରକାର ମନେକରିଛନ୍ତି। ପ୍ରଥମେ ମିଶ୍ରଙ୍କ ଅନ୍ତର୍ଦ୍ଧାନ ଖବର ଜଣାପଡିଲା ପରେ କୋଲ୍ଲାମ ଅଧିକାରୀମାନେ ସଙ୍ଗେ ସଙ୍ଗେ ତାଙ୍କ ଡ୍ରାଇଭର, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ସଚିବଙ୍କୁ ଆଇସୋଲେଶନ୍‌ରେ ରଖିଥିଲେ। କୋଭିଡ୍‌-୧୯ ସଂକ୍ରମଣରେ କେରଳ ଦେଶରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଏବଂ ଏହା ଲକ୍‌ଡାଉନରେ ରହିଛି। ଏ ସଂକ୍ରାନ୍ତରେ କେରଳ ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତିି ଏବଂ ମିଶ୍ର ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁ ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଣାପଡିଛି।
କେରଳ ବାବୁଙ୍କ ପୁନଃ ନିଯୁକ୍ତି
ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇ ଜଣେ ସାମ୍ବାଦିକଙ୍କ ଜୀବନ ନେଇଥିବା ଅଭିଯୋଗରେ ପୋଲିସ କେରଳର ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ଅଭିଯୁକ୍ତ କରିବା ପରେ ସେ ବଦନାମ ହୋଇଥିଲେ। ସେ ଏବେ ଚାକିରିରେ ପୁନଃ ନିଯକ୍ତି ପାଇଛନ୍ତି। ଗତବର୍ଷ ଅଗଷ୍ଟରେ ରାଜ୍ୟ ରାଜଧାନୀରେ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମଣଙ୍କୁ ସରକାର ନିଲମ୍ବିତ କରିଥିଲେ। ତେବେ ବିରୋଧୀ ଦଳ ଏବଂ ଜନସାଧାରଣଙ୍କ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଥିବା ସତ୍ତ୍ୱେ ଏହି ବାବୁଙ୍କୁ ପୁନଃ ନିଯୁକ୍ତି ଦେବା ଲାଗି ବାରମ୍ବାର ପ୍ରୟାସ କରାଯାଇଥିଲା। ଏହା ପୂର୍ବରୁ ଏହି ବର୍ଷ ଜାନୁୟାରୀରେ ମୁଖ୍ୟ ଶାସନ ସଚିବ ଟମ୍‌ ଜୋଶେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭେଙ୍କଟରମଣଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ସରକାର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ଏବେସୁଦ୍ଧା ଏହାକୁ ସ୍ଥଗିତ ରଖାଯାଇଛି। କେରଳ ଏବେ କୋଭିଡ୍‌-୧୯ ସଂକ୍ରମଣ ବିରୋଧରେ ଲଢେଇ କରୁଛି । ଏହି ପରିପ୍ରେକ୍ଷୀରେ ଦାଗୀ ବାବୁଙ୍କ ପୁନଃ ନିଯୁକ୍ତି ନିଷ୍ଫତ୍ତିକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ। ଲକ୍ଷ୍ୟ କରିବା ଉଚିତ ବୋଲିି କୁହାଯାଉଛି। ତେବେ ବାବୁଙ୍କ ପୁନଃ ନିଯୁକ୍ତି ଏତେ ସହଜରେ ହୋଇଯିବା ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri