Categories: ଖେଳ

କ୍ୟୁ ସ୍ପୋଟର୍‌ସରେ ଆଡଭାନୀଙ୍କୁ ସମ୍ପୂର୍ଣ୍ଣ କ୍ୟାରିୟର ଗ୍ରାଣ୍ଡସ୍ଲାମ୍‌

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଶୁକ୍ରବାର ୩୫ତମ ପୁରୁଷ ଏସିଆନ ସ୍ନୁକର ଚାମ୍ପିୟନଶିପ୍‌ ଜିତିଛନ୍ତି। ଏଥିସହିତ ସେ ଏକ କ୍ୟାରିୟର ଗ୍ରାଣ୍ଡସ୍ଲାମ ଶେଷ କରିଛନ୍ତି। ଆଡଭାନୀ ଏସିବିଏସ ଏସିଆନ ସ୍ନୁକର ଇଭେଣ୍ଟ୍ସ-୬-ରେଡ୍‌ (ଶର୍ଟ ଫର୍ମାଟ) ଏବଂ ୧୫-ରେଡ୍‌ (ଲଙ୍ଗ୍‌ ଫର୍ମାଟ) ସହିତ ଉଭୟ ଫର୍ମାଟରେ ଆଇବିଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଛନ୍ତି। ଭାରତୀୟ ଖେଳାଳି ପୂର୍ବରୁ ବିଲିୟାଡର୍‌ସରେ ଏହି ସଫଳତା ହାସଲ କରିସାରିଛନ୍ତି। ତାଙ୍କର କେବଳ ଏହି ୧୫-ରେଡ୍‌ ଏସିଆନ ଟାଇଟଲର ଅଭାବ ରହିଥିଲା। ଆଡଭାନୀ ଫାଇନାଲରେ ଥନାଓ୍ବାତ ତିରାପଙ୍ଗପେବୁନ୍‌ଙ୍କୁ ୬-୩ରେ ପରାସ୍ତ କରି ଏକମାତ୍ର ଖେଳାଳି ଭାବେ ଉଭୟ ଏସିଆନ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ସମସ୍ତ ଫର୍ମାଟ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Share