କ୍ୟାପିଟାଲ ହସ୍ପିଟାଲରେ ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଆଖି ଅପରେଶନ ବେଳେ ଜୀବନ ଗଲା; ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ

ଭୁବନେଶ୍ୱର, ୧୪।୭(ବ୍ୟୁରୋ)- ରୋଗୀଙ୍କୁ ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା କ୍ୟାପିଟାଲ ହସ୍ପିଟାଲରେ ଶନିବାର ଆଉ ଏକ ଦୁଃଖଦ ଘଟଣା ଘଟିଛି। ଆଖିରେ ମୋତିଆବିନ୍ଦୁ ଅପରେଶନ ଚାଲିଥିବାବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀର ଦୁଃଶାସନ ଦାଶ (୭୦)। ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ଦୁଃଶାସନଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ହେଲେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିବା ସହ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜାଣିବା ପରେ ସେମାନେ ହୋହଲ୍ଲା କରିଥିଲେ। ଘଟଣା ପଦାକୁ ଆସିବା ପରେ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଦୁଃଶାସନ ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏଇ-୧୧ରେ ପରିବାର ସହ ରୁହନ୍ତି। ତାଙ୍କୁ ଗତ କିଛିମାସ ହେବ ଠିକ୍‌ ଭାବେ ଦେଖାଯାଉ ନ ଥିଲା। ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଖି ବିଭାଗରେ ଦେଖାଇଥିଲେ। ଆଖିରେ ମୋତିଆବିନ୍ଦୁ ହୋଇଥିବା କହି ଅପରେଶନ ହେବ ବୋଲି ଡାକ୍ତର କହିଥିଲେ। ତେଣୁ ଶନିବାର ଦୁଃଶାସନ ପରିବାର ଲୋକଙ୍କ ସହ ହସ୍ପିଟାଲକୁ ଆସିଥିଲେ। ଆବଶ୍ୟକ ପରୀକ୍ଷାନିରୀକ୍ଷା ପରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଅପରେଶନ ରୁମ୍‌କୁ ନିଆଯାଇଥିଲା। ସେତେବେଳକୁ ଆଖିରେ ଯନ୍ତ୍ରଣା ହେଉଥିବା ସେ ଜଣାଇଥିଲେ। ଅପରେଶନ ଚାଲିଥିବାବେଳେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଜଣାଇଥିଲେ। ହେଲେ ସୁସ୍ଥ ଅବସ୍ଥାରେ ଅପରେଶନ ପାଇଁ ଆସିଥିବା ଦୁଃଶାସନଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ ତାଙ୍କ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକେ ଉତ୍ତେଜିତ ହୋଇ ଆଇସିୟୁ ଆଗରେ ହୋହଲ୍ଲା କରିଥିଲେ। ଘଟଣାର ତଦନ୍ତ ସହ ଜୀବନ ନେଇଥିବା ଡାକ୍ତରଙ୍କୁ ଗିରଫ ପାଇଁ ପରିବାର ଲୋକେ ଅଡି ବସିଥିଲେ। ଖବର ପାଇ ଫାଣ୍ଡି ପୋଲିସ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ପୋଲିସ ମୃତଦେହକୁ ଜବତ କରି ହସ୍ପିଟାଲ ଶବ ସଂରକ୍ଷଣ ରୁମ୍‌କୁ ପଠାଇଥିଲା। ରବିବାର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ପୋଲିସ କହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଘଟଣାକୁ ଚାପିଦେବାକୁ ଚେଷ୍ଟା କରିଥିଲେ ବୋଲି ମୃତ ଦୁଃଶାସନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଛି। ଗତ ୯ ତାରିଖ ରାତିରେ କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଅନୁପମା ନାୟକ ଗୁରୁତର ଅସୁସ୍ଥ ହୋଇପଡିଥିଲେ ମଧ୍ୟ ତାଙ୍କୁ ଆଇସିୟୁ ମିଳିପାରି ନ ଥିଲା। ଫଳରେ ଓ୍ବାର୍ଡର ବେଡ୍‌ ଉପରେ ରାତିସାରା ଛଟପଟ ହୋଇ ପରଦିନ ସକାଳେ ଆଖି ବୁଜିଥିଲେ। ଏହାକୁ ନେଇ ହସ୍ପିଟାଲ କର୍ମଚାରୀମାନେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପ୍ରକୋଷ୍ଠ ଆଗରେ ଧାରଣା ଦେଇଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ଚୁପ୍‌ କାହିଁକି?
କ୍ୟାପିଟାଲ ହସ୍ପିଟାଲର ତ୍ରୁଟିପୂର୍ଣ୍ଣ ଚିକିତ୍ସା, ଅବହେଳା ଓ ନାନା ଅବ୍ୟବସ୍ଥାକୁ ନେଇ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଚୁପ୍‌ ରହୁଛନ୍ତି। ଦୋଷୀ ଡାକ୍ତର କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ରାଜ୍ୟର ଏହି ପ୍ରମୁଖ ସରକାରୀ ହସ୍ପିଟାଲ ବିବାଦ ମୁଣ୍ଡାଉଛି। ହସ୍ପିଟାଲର ଜଣେ କର୍ମଚାରୀ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ କିଛି ଦିନ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡିଥିଲେ। ନର୍ସଙ୍କଠାରୁ ଆରମ୍ଭ କରି ଡ୍ରେସିଂ କରୁଥିବା କର୍ମଚାରୀ ରୋଗୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ବି ପଦକ୍ଷେପ ନେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri