କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ: ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର

ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଚାଇନା, ଇଟାଲୀ ଆଦି ଦେଶରେ ମୃତ୍ୟୁର ବୀଭିଷିକା ରଚୁଥିବାବେଳେ ଓଡ଼ିଶାରେ ଛନକା ପଶିଥିଲା। ବିଦେଶରେ ବହୁ ଓଡ଼ିଆ ରହୁଥିବାରୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ମାରାତ୍ମକ ଭାଇରସ ଭାରତକୁ ଡେଇଁବା ପରେ ଓଡ଼ିଶାରେ ଛନକା ପଶିଥିଲା। ସମ୍ଭାବନ୍ୟ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ପକ୍ଷରୁ କଟକଣା ଆରମ୍ଭ ହୋଇଥିଲା। ଏବେ ଦେଶରେ କରୋନାରେ ୨ଦୁଇଜଣଙ୍କ ମୁଣ୍ଡ ନେବା ସହ ଓଡ଼ିଶାକୁ ମଧ୍ୟ ମାଡ଼ି ଆସିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଇଟଲୀ ଫେରନ୍ତା ଯୁବକଙ୍କଠାରେ ରବିବାର କରୋନା ଭାଇରସ୍‌ ଚିହ୍ନଟ କରାଯାଇଛି। ସକାଳେ ଖବର ପ୍ରଚାରିତ ହେବା ପରେ ଦିନତମାମ ହସ୍ପିଟାଲରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।
ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କ୍ୟାପିଟାଲ ହସ୍ପିଟାଲକୁ ସକାଳୁ ରୋଗୀଙ୍କ ସୁଅ ଛୁଟିଥିଲା। ହେଲେ କରୋନା ଆକ୍ରାନ୍ତ ହସ୍ପିଟାଲ ପରିସରରେ ଚିକିତ୍ସିତ ହେଉଥିବା ଶୁଣିବାକ୍ଷଣି ସେମାନଙ୍କ ମନରେ ଛନକା ପଶିଯାଇଥିଲା। ରୋଗୀ, ସମ୍ପର୍କୀୟଙ୍କ ମୁହଁରେ ଖାଲି କରୋନା କଥା ଶୁଣିବାକୁ ମିଳୁଥିଲା। କରୋନା କେଉଁଠି, କାହାକୁ ହୋଇଛି ଆଦି ଅନେକ ପ୍ରଶ୍ନ ପରସ୍ପର ମଧ୍ୟରେ ଗୁଞ୍ଜରିତ ହେଉଥିଲା। ଶୀଘ୍ର ଡାକ୍ତରଙ୍କୁ ଦେଖାଇ ଚାଲିଯିବାକୁ ସେମାନଙ୍କ ମଧ୍ୟରେ ବ୍ୟଗ୍ରତା ଓ ଅନାଗତ ଭୟ ଦେଖିବାକୁ ମିଳିଥିଲା। ଟିକେଟ କାଉଣ୍ଟର, ଆଉଟ୍‌ଡୋର୍‌, ଲାବୋରେଟୋରୀ, ନିରାମୟ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା କଷ୍ଟକର ହୋଇପଡିଥିଲା। ଫଳରେ ବହୁ ରୋଗୀ ଅଧା ଚିକିତ୍ସାରୁ ଚାଲିଯାଇଥିବାବେଳେ ଏପଟେ ବିଭିନ୍ନ ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ମନରେ ମଧ୍ୟ ସମାନ ଭୟ ସୃଷ୍ଟି ହୋଇଥିଲା। ସୁସ୍ଥ ହେଉଥିବା ରୋଗୀମାନେ କିପରି ହସ୍ପିଟାଲ ଛାଡ଼ିବେ ସେଥିପାଇଁ ସଜବାଜ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର: ରାତି ୯ଟାରେ ନେଗେଟିଭ୍‌, ରାତି ୧୨ରେ ପଜିଟିଭ

ଅନ୍ୟପକ୍ଷରେ ସ୍ବାବ୍‌ ରିପୋର୍ଟ ଓ ଚିକିତ୍ସାକୁ ନେଇ ମୁହଁ ଖୋଲିଚନ୍ତି କରୋନା ଆକ୍ରାନ୍ତଙ୍କ ପରିବାର ଲୋକ। ତାଙ୍କ ଭଉଣୀ କହିଛନ୍ତି, ଭାଇ ଇଟାଲୀର ରୋମରେ ପାଠ ପଢିବା ସହ ପାର୍ଟ ଟାଇମ୍‌ ଚାକିରି କରୁଥିଲେ। ୬ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଯାଞ୍ଚ କରାଯାଇ ଛଡ଼ାଯାଇଥିଲା। ସେ ଟ୍ରେନ୍‌ ଆସି ୧୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଜ୍ୱର ହେବାରୁ ଏକ ଘରୋଇ କ୍ଲିନିକ୍‌ରେ ରକ୍ତ ପରୀକ୍ଷାରୁ ଟାଇଫଏଡ୍‌ ବାହାରିଥିଲା। ଦେହ ଭଲ ନ ହେବାରୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନେଇଥିଲୁ। ରବିବାର ସକାଳେ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ରାତି ୯ଟାର ଯୁବକ ଜଣକ ନେଗେଟିଭ୍‌ ଥିବା ଘରକୁ ଫୋନ୍‌ କରି ଜଣାଇଥିଲେ। ଡାକ୍ତର ତାଙ୍କୁ ଘରକୁ ପଳାଇଯିବାକୁ ବାଧ୍ୟ କରାଯାଇଥିଲା। ହେଲେ ତାଙ୍କ ସହ ଅନ୍ୟ ଦୁଇଜଣ ସନ୍ଦିଗ୍ଧ ରହିଥିବା ଓ ସେମାନଙ୍କର ରିପୋର୍ଟ ଆସି ନ ଥିବାରୁ ଆଶଙ୍କା କରି ଡାକ୍ତରଙ୍କୁ ଜଣାଇ ରହିଥିଲେ। ହେଲେ ରାତି ୧୨ଟାରେ ଡାକ୍ତର ତାଙ୍କୁ କରୋନା ପଜେଟିଭ ହୋଇଥିବା କହିଥିଲେ। କିଭଳି ଏପରି ହେଲା ବୋଲି ସେ ପ୍ରଶ୍ନ କରି ଭାଇଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ସେ ଅଭିଯୋଗ କରିଛନ୍ତି। ଆଉଥରେ ନମୁନା ପରୀକ୍ଷା କରାଯିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଲାଣି ବିଜେଡିର...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri