କ୍ଷୟ ହେବାରେ ଲାଗିଛି ବିକ୍ରମଖୋଲ ଗୁମ୍ଫାର ପ୍ରାଚୀନ ଶିଳାଲିପି

ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବଞ୍ଜାରୀ ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଛି ପ୍ରାଚୀନ ବିକ୍ରମଖୋଲ ଗୁମ୍ଫା। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହି ଗୁମ୍ଫାରେ ହଜାର ହଜାର ବର୍ଷ ପୂର୍ବେ ଆଦିମାନବ ବସବାସ କରୁଥିବା ବିଶ୍ୱାସ ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ଦେଖିବାକୁ ମିଳେ, ଯାହା ବର୍ଷତମାମ ପର୍ଯ୍ୟଟକ, ଗବେଷକ ତଥା ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକ୍ରମଖୋଲକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। ମାତ୍ର ଗମନାଗମନ ବ୍ୟବସ୍ଥା, ପାରିପାର୍ଶି୍ବକ ଉନ୍ନତି ଓ ପ୍ରଚାର ପ୍ରସାର ଅଭାବରୁ ଆଜି ପର୍ଯ୍ୟନ୍ତ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି।

ଝାରସୁଗୁଡ଼ା ସଦର ମହକୁମାରୁ ୨୫ କି.ମି. ଦୂର ତଥା ବେଲପାହାଡ଼-ସୁନ୍ଦରଗଡ଼ ରାସ୍ତା ପାଶର୍‌ବ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ମନୋରମ ପରିବେଶରେ ରହିଛି ଏହି ପ୍ରାଚୀନ ଗୁମ୍ଫା। ଏଠାକୁ ଯିବାକୁ ହେଲେ ମାଣିକେଶ୍ୱରୀ ମନ୍ଦିରଠାରୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ଏହି ପର୍ଯ୍ୟଟନସ୍ଥଳୀ ବିକ୍ରମଖୋଲରେ ୧୧୫ ଫୁଟ ଦୈର୍ଘ୍ୟ ଓ ୨୭.୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରାଚୀନ ଗୁମ୍ଫା ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ରହିଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସକ୍ଷମ ହୋଇପାରିନାହାନ୍ତି। ଅତୀତରେ କିଛି ଗବେଷକ, ଐତିହାସିକ ଗୁମ୍ଫା ଅନୁଧ୍ୟାନ କରି ଶିଳାଲିପି ଉପରେ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରିଛନ୍ତି। କେତେଜଣ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୪ ହଜାରରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବିକ୍ରମଖୋଲରେ ଆଦିମାନବ ବାସ କରୁଥିଲେ। ୧୯୫୮ ମସିହାରେ ଏହି ଗୁମ୍ଫା ଲୋକଲୋଚନକୁ ଆସିଥିଲା। ୧୯୯୫ ମସିହାରେ ଏକ ପ୍ରତ୍ନତତ୍ତ୍ୱବିତ ଦଳ ସର୍ବେକ୍ଷଣ ପାଇଁ ଗୁମ୍ଫାକୁ ଯାଇଥିଲେ। ସେମାନେ ରାସାୟନିକ ପ୍ରଲେପ ଦେଇ ଶିଳାଲିପିର ସଂରକ୍ଷଣ ପାଇଁ ଉଦ୍ୟମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଖରା, ବର୍ଷା, ପବନରେ ଗୁମ୍ପାରେ ଖୋଦିତ ଶିଳାଲିପିଗୁଡ଼ିକ କ୍ଷୟ ହେବାରେ ଲାଗିଛି। ୨୦ ବର୍ଷ ପୂର୍ବେ ଶିଳାଲିପିରେ ଯେପରି ସ୍ପଷ୍ଟ ଥିଲା ଏବେ ତାହା ଆଉ ଦେଖିବାକୁ ମିଳୁନି। ପର୍ଯ୍ୟଟନ ବିଭାଗ କେବଳ ଗୁମ୍ଫାର ଉପର ମୁଣ୍ଡରୁ ବହୁଥିବା ବର୍ଷାପାଣିକୁ ରୋକିବା ପାଇଁ କଂକ୍ରିଟ କାନ୍ଥ ଏବଂ ଗୁମ୍ଫାକୁ ଯିବା ଆସିବା ପାଇଁ ପାହାଚ ନିର୍ମାଣ କରିଛି। ମାତ୍ର ସମ୍ମୁଖ ଭାଗ ଜଙ୍ଗଲରୁ ଗୁମ୍ଫାକୁ ପଶୁଥିବା ବର୍ଷାପାଣି ଓ ପବନକୁ ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରିନାହାନ୍ତି। ସମୟ ଥାଉ ଥାଉ ଏହି ପ୍ରାଚୀନ ଗୁମ୍ଫାର ସଂରକ୍ଷଣ ଅନିବାର୍ଯ୍ୟ ହୋଇପଡ଼ିଛି। ଯଥାଶୀଘ୍ର ଗୁମ୍ଫାର ସଂରକ୍ଷଣ ଦିଗରେ ପଦକ୍ଷେପ ନ ନେଲେ କିଛିବର୍ଷ ପରେ ଏହି ପ୍ରାଚୀନ ଶିଳାଲିପି ସମୂହ ନିଶ୍ଚିହ୍ନ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

-ରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri