କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପଦ୍ମଶ୍ରୀ ଦୈତାରୀ ନାଏକ

କେନ୍ଦୁଝର,୧୩।୯(ସ୍ବ.ପ୍ର.) : ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବା ପରେ ଏମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହେଲେ ଏମାନେ ଆହୁରି ଚାଲାକ ହୋଇ ସିଧାସଳଖ ପଇସା ନ ନେଇ ବିଭିନ୍ନ ଯୋଜନା ଆଳରେ ପଇସା ହାତଉଛନ୍ତି। ଏହିପରି କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ। ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ମହିଳାଙ୍କ ଦୁଃଖ ଜଣାଇଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ଏହି ସବୁ କମ୍ପାନୀ ଉପରେ ସରକାରଙ୍କର ଆଭିମୁଖ୍ୟରେ ଶୀତଳତା ଆସିଗଲା ନା ଏ ବିଷୟରେ ସରକାର ଅବଗତ ନାହାନ୍ତି ।
କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଶିକୁଳାପଦାର ଶତାଧିକ ମହିଳାଙ୍କଠାରୁ ଏକ କମ୍ପାନୀ ଛେଳିଚାଷର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନଇଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୈତାରୀ ନାଏକ ମହିଳାମାନଙ୍କ ସହ ଆସିଥିଲେ। ଆଦିବାସୀ ମହିଳାମାନେ ଋଣ କରି ସର୍ବସ୍ବାନ୍ତ ହୋଇଥିବାବେଳେ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଇବାରେ ସହାୟତା ପାଇଁ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ଦୈତାରୀ। ଉକ୍ତ ସଂସ୍ଥା ଆଦିବାସୀ ଅଧ୍ୟୁଷିତ ବାଂଶପାଳ, ହରିଚନ୍ଦନପୁର, ସାହାରାପଡ଼ା, ଝୁମ୍ପୁରା ଆଦି ବ୍ଲକର ନିରୀହ ଆଦିବାସୀ ମହିଳାଙ୍କୁ ଟାର୍ଗେଟ କରି ଛେଳିଚାଷ ପାଇଁ ଛେଳି ଓ ଗୁହାଳ ଯୋଗାଇବା, ଖଲି ଚଉପଦୀ ସିଲାଇ ମେଶିନ ଯୋଗାଇବା ତଥା ଅର୍ଥ ଲଗାଇଥିବା ଲୋକଙ୍କୁ ମାସିକିଆ ଭତ୍ତାର ବ୍ୟବସ୍ଥାର ପ୍ରଲୋଭନ ଦେଖାଇ ବହୁ କୋଟି ଟଙ୍କା ହରିଲୁଟ୍‌ କରିଥିଲା। ମହିଳାମାନଙ୍କ ଦ୍ୱାରା ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଋଣ କରାଇ ଟଙ୍କା ନେଇଯିବା ପରେ ଉକ୍ତ କମ୍ପାନୀ ଧରାଛୁଆଁ ଦେଉ ନ ଥିବା ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ହେବା ପରେ ଏ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଉକ୍ତ ସଂସ୍ଥା ଏହି ନାମରେ ବହୁ ପୂର୍ବରୁ ସଦରଥାନାରେ ଅଭିଯୋଗ ହୋଇଆସୁଛି । ତା’ ପରେ ବି ଏହି ସଂସ୍ଥା ଜିଲାର ବିଭିନ୍ନ ଜାଗାରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହେଉଛି। ହେଲେ ପୋଲିସ ସଂସ୍ଥାର ଦୁଇ ଜଣଙ୍କୁ ଗିରଫ କରି ଚୁପ୍‌ହୋଇ ବସିପଡ଼ିଛି । ଏସ୍‌ପି ଏ ବିଷୟ ଜାଣିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କିପରି ଗରିବ ଲୋକମାନେ ପଇସା ଫେରିପାଇବେ ତା’ର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?