Posted inଖେଳ

କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିରେ ପରିବର୍ତ୍ତନ ଅଣାଯାଉ: ପଙ୍ଘାଲ

ନୂଆଦିଲ୍ଲୀ,୧୬ା୫ (ପି.ଟି.)-ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପଦ୍ଧତିିରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ବକ୍ସର ଅମିତ୍‌ ପଙ୍ଘାଲ। ଅଜାଣତରେ ଡୋପ୍‌ ଅପରାଧରେ ଫସିଯାଇଥିବାରୁ ବାରମ୍ବାର ଅର୍ଜୁନ ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ବର୍ତ୍ତମାନ ଯେଉଁ ଚୟନ ପ୍ରକ୍ରିୟା ଚାଲିଛି, ସେଥିରେ ବାଛବିଚାର ହେଉଛି ବୋଲି ପଙ୍ଘାଲ ଅଭିଯୋଗ କରିଛନ୍ତି। ଗତବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଲାଭ କରିଥିବା ଏହି ବକ୍ସର ମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏକ ପୁରସ୍କାର ପାଇବା ଲାଗି ଜଣେ ଆଥଲେଟ୍‌ ନିଜକୁ ଯୋଗ୍ୟ ବୋଲି ଉପସ୍ଥାପନ କରିବା ଉଚିତ ନୁହେଁ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ପୁରସ୍କାର ପାଇଁ ଜଣେ ଆଥଲେଟଙ୍କୁ ଦରଖାସ୍ତ କରିବାକୁ ହେଉଛି। ସିଲେକ୍ସନ କମିଟି ସେମାନଙ୍କ ଆବେଦନପତ୍ରକୁ ଭିତ୍ତି କରି ବିଜେତାଙ୍କ ନାମ ଘୋଷଣା କରୁଛନ୍ତି। ସ୍ପୋଟର୍‌ସ ସିଲେକ୍ସନ କମିଟିର ସଦସ୍ୟମାନେ ଉତ୍ତରଦାୟୀ ରହୁ ନ ଥିବାରୁ ଚୟନବେଳେ ବାଛବିଚାର ହେଉଥିବା ପଙ୍ଘାଲ ଅଭିଯୋଗ କରିଛନ୍ତି। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ପଙ୍ଘାଲ ପୂର୍ବରୁ ଦୁଇଥର ଅର୍ଜୁନ ପୁରସ୍କାର ପାଇଁ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ଅତୀତର ଡୋପ୍‌ ନିୟମ ଉଲ୍ଲଂଘନ ରେକର୍ଡ ଯୋଗୁ ତାଙ୍କ ନାମ ବିଚାରକୁ ନିଆଯାଇ ନାହିଁ। ପଙ୍ଘାଲ କହିଛନ୍ତି, ସେ ୨୦୧୨ରେ ହାଡ଼ଫୁଟିରେ ପୀଡ଼ିତ ଥିଲେ। ସେତେବେଳେ ସେ ଯେଉଁ ଔଷଧ ସେବନ କରିଥିଲେ ସେଥିରେ ନିଷିଦ୍ଧ ଦ୍ରବ୍ୟ (ଏକ ଆନାବୋଲିକ୍‌ ଷ୍ଟେରଏଡ୍‌) ରହିଥିଲା। ଫଳରେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ସେତେବେଳେ ତାଙ୍କର ଆଣ୍ଟି ଡୋପିଂ ନିୟମ ଉପରେ ସେତେଟା ଜ୍ଞାନ ନ ଥିଲା। ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦରଖାସ୍ତ କରିବାର ଶେଷ ତାରିଖ ଜୁନ୍‌ ୩ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri