କ୍ରିକେଟର ଭଗବାନ୍‌ଙ୍କୁ ଭେଟିଲେ ରଣବୀର

ଲଣ୍ଡନ,୩।୬- ବଲିଉଡ୍‌ ଷ୍ଟାର ରଣବୀର ସିଂ ଏବେ କବୀର ଖାଁଙ୍କ ଫିଲ୍ମ ‘୮୩’ ଶୁଟିଂ ପାଇଁ ଏଠାରେ ଅଛନ୍ତି। ଏହି ଫିଲ୍ମ ଭାରତ ପାଇଁ ପ୍ରଥମ ବିଶ୍ୱକପ୍‌ ଆଣିଥିବା କପିଳଦେବଙ୍କ ଉପରେ ଆଧାରିତ। ଏବେ ବିଶ୍ୱକପ୍‌ ଚାଲିଥିବାରୁ ରଣବୀର ବହୁ କିମ୍ବଦନ୍ତୀ କ୍ରିକେଟରଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରେ କ୍ରିକେଟର ଭଗବାନ୍‌ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସେ ଭେଟିଥିଲେ। ଫଟୋ ଶେୟାରକରି ରଣବୀର ସୂଚନା ଦେଇଛନ୍ତି। ଉକ୍ତ ଫଟୋର କ୍ୟାପ୍‌ସନରେ ଲେଖିଛନ୍ତି, କ୍ରିକେଟର ଭଗବାନ୍‌। ସଚିନଙ୍କ ବ୍ୟତୀତ ସୁନୀଲ ଗାଭାସ୍କର, ଶେନ ଓ୍ବର୍ନ ଓ ଭିଭିଆନ ରିଚାଡର୍‌ସଙ୍କ ସହ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share