Posted inଖେଳ

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ପୃଥ୍ବୀ ଶ

ନୂଆଦିଲ୍ଲୀ,୨୨।୪ (ପି.ଟି.): କ୍ରିକେଟରୁ ଦୂରେଇ ରହିବା ଅତ୍ୟାଚାର ସଦୃଶ ବୋଲି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ କହିଛନ୍ତି। ଡୋପିଂ ବ୍ୟାନ୍‌ ଓ ଇଞ୍ଜୁରି କାରଣରୁ ସେ ବହୁଦିନ ଖେଳରୁ ଦୂରେଇ ରହିଥିଲେ। ଏହା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା ଅଧିକ ରନ୍‌ ସଂଗ୍ରହ କରିବାକୁ ପାଇଁ ଆଗ୍ରହ ସୃଷ୍ଟି କରାଇଥାଏ। ୨୦ ବର୍ଷୀୟ ଏହି ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ବର୍ଷ ନେଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବାସନ୍ଦ କରିଥିଲା। କଫ୍‌ ସିରପ୍‌ରେ ମିଳୁଥିବା ଏକ ନିଷିଦ୍ଧ ଔଷଧ ସେବନ କରି ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ବୋର୍ଡ ତାଙ୍କୁ ବାସନ୍ଦ କରିଥିଲା। ଏହା ଏକ ତ୍ରୁଟି ଥିଲା ଓ କ୍ରିକେଟରୁ ଦୂରେଇ ରହିବା କଷ୍ଟକର ବୋଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଅଫିସିଆଲ ହ୍ୟାଣ୍ଡଲ୍‌ରେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ହୋଇଥିବା ଲାଇଭ ସେସନରେ ପ୍ରଶଂସକମାନଙ୍କୁ ଉତ୍ତର ଦେଇ ସେ ଏହି କଥା କହିଛନ୍ତି।
ଏହି ଅବସରରେ ସନ୍ଦେହ ଓ ବିଭିନ୍ନ ନକାରାତ୍ମକ ପ୍ରଶ୍ନ ଉଠିଥାଏ। ତେବେ ବିଶ୍ୱାସ ଓ ଭରସାକୁ ବଜାୟ ରଖିଥାଏ। ଲଣ୍ଡନ୍‌ରେ କିଛି ସମୟ ବିତାଇଥିଲି ଓ ସେଠାରେ ଫିଟ୍‌ନେସ ପାଇଁ କାର୍ଯ୍ୟ କରୁଥିଲି। ବାସନ୍ଦ କାରଣରୁ କୌଣସି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ନ ଥିବାରୁ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଉଥିଲି। ବ୍ୟାନ୍‌ ଉଠିବା ପରେ ଘରୋଇ କ୍ରିକେଟକୁ ଫେରିଥିଲି ଓ ପୂର୍ବାପେକ୍ଷା ଅଧିକ ରନ୍‌ ସଂଗ୍ରହ କରିବାକୁ ଆଗ୍ରହ ଥିଲା। ଖେଳରୁ ଦୂରେଇ ରହିଥିଲେ ମଧ୍ୟ ଲୟ ହରାଇ ନ ଥିଲି। କୋଭିଡ-୧୯ ମହାମାରୀ ସମୟରେ ସମସ୍ତଙ୍କୁ ଧୈର୍ଯ୍ୟ ଧରି ପରିସ୍ଥିତିର ମୁକାବିଲା କରିବାକୁ ହେବ। ଲକ୍‌ଡାଉନ୍‌ ସମୟରେ ଫିଟ୍‌ନେସ ବଜାୟ ରଖିବା ପାଇଁ ଇନ୍‌ଡୋରରେ ଅଭ୍ୟାସ କରୁଛନ୍ତି ବୋଲି ପୃଥ୍ବୀ କହିଛନ୍ତି। ରୋଷେଇରେ ମଧ୍ୟ ପିତାଙ୍କୁ ସାହାଯ୍ୟ କରୁଛି। ଅଣ୍ଡା ରାନ୍ଧିବା ଜାଣିଛି ଓ ଅନ୍ୟାନ୍ୟ ନୂଆ ରୋଷେଇ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି। ରିକି ପଣ୍ଟିଂ, ସୌରଭ ଗାଙ୍ଗୁଲି ଓ ମହମ୍ମଦ କୈଫ୍‌ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ଆଇପିଏଲ ସେସନ୍‌ରେ ଭଲ ପ୍ରଦର୍ଶନ କରି ପ୍ଲେ-ଅଫ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri