Posted inଖେଳ

କ୍ରସ୍‌ କଣ୍ଟ୍ରି ଚାମ୍ପିୟନ ଫିସିହା ୪ ବର୍ଷ ବାସନ୍ଦ

ଷ୍ଟକ୍‌ହୋମ୍‌, ୧୫ା୫ (ଏଏଫ୍‌ପି)-ୟୁରୋପିଆନ କ୍ରସ୍‌ କଣ୍ଟ୍ରିି ଚାମ୍ପିୟନ ସ୍ବିଡେନ୍‌ର ରୋବେଲ ଫିସିହା ୪ବର୍ଷ ବାସନ୍ଦ ହୋଇଛନ୍ତି ବୋଲି ସ୍ବିଡିଶ ଆଣ୍ଟି ଡୋପିଂ ଅଥରିଟି ଗୁରୁବାର ସୂଚନା ଦେଇଛି। ଫିସିହାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ନିଷିଦ୍ଧ କୃତ୍ରିମ ଟେଷ୍ଟୋଷ୍ଟେରନ ଦ୍ରବ୍ୟ ଠାବ କରାଯାଇଥିଲା। ଏଥିପାଇଁ ତାଙ୍କୁ ୨୦୨୦ ଫେବୃୟାରୀ ୫ରୁ ୨୦୨୪ ଫେବୃୟାରୀ ୪ ପର୍ଯ୍ୟନ୍ତ ବାସନ୍ଦ କରାଯାଇଥିବା ସ୍ବିଡିଶ ଆଣ୍ଟି ଡୋପିଂ ବୋର୍ଡର ସଭାପତି ଆକେ ଥିମ୍‌ଫୋର୍ସ ପ୍ରକାଶ କରିଛନ୍ତି। ଇରିଟ୍ରିଆନ୍‌ ବଂଶୋଦ୍ଭବ ୨୪ ବର୍ଷୀୟ ଫିସିହା ଚାହିଁଲେ ଜୁନ୍‌ ୧ ମଧ୍ୟରେ ବାସନ୍ଦ ବିରୋଧରେ ଅପିଲ କରିପାରିବେ। ୨୦୧୩ରେ ଜଣେ ଶରଣାର୍ଥୀ ଭାବେ ସ୍ବିଡେନରେ ଆଶ୍ରୟ ନେଇଥିବା ଫିସିହା ୨୦୧୮ ଶେଷ ଭାଗରେ ଜଣେ ଅନ୍ତର୍ଜାତୀୟ ଧାବିକା ଭାବେ ତାଙ୍କ ପୋଷ୍ୟ ଦେଶରୁ ପ୍ରତିନିଧିତ୍ୱ କରିଥିଲେ। ଏହାର ବର୍ଷକ ପରେ ଅର୍ଥାତ ୨୦୧୯ ଗତ ଡିସେମ୍ବରରେ ଲିସ୍‌ବନଠାରେ ସେ ୟୁରୋପିଆନ ଚାମ୍ପିୟନ ହୋଇଥିଲେ। ୟୁରୋପିଆନ ସଫଳତାର ଦୁଇ ସପ୍ତାହ ପୂର୍ବରୁ ୨୦୧୯ ନଭେମ୍ବର ୨୫ରେ ଇଥିଓପିଆରେ ଏକ ଟ୍ରେନିଂ କ୍ୟାମ୍ପରେ ତାଙ୍କର ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇଥିଲା। ଫିସିହା କହିଛନ୍ତି, ସେ ଏକ କଫ ଔଷଧ ସେବନ କରିଥିଲେ। ଏଥିପାଇଁ ତାଙ୍କ ବାସନ୍ଦ କରାଯାଇଥିବା ଶୁଣି ସେ ମର୍ମାହତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ଭାରତୀୟ ଦଳରେ ୪ ନୂଆ ଖେଳାଳିଙ୍କ ଆଗମନ ପରେ ଏହି ବଡ଼ ଖେଳାଳିଙ୍କ କ୍ୟାରିଅର ହୋଇଯିବ ଶେଷ! ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୨୦।୫: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଏବଂ ଏକମାତ୍ର ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବ, ଯାହା…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

ନିର୍ଣ୍ଣାୟକ ମୋଡ୍‌ରେ ବାଂଲାଦେଶ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ

ଢାକା,୧୯ା୫: ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୭୮ ରନ କରିଥିବା…

ସାଲିମା ମହିଳା ହକି ଦଳର ଅଧିନାୟିକା

ନୂଆଦିଲ୍ଲୀ,୧୮ା୫:ଆସନ୍ତା ଅଷ୍ଟ୍ରେଲିଆ ଟୁର୍‌ ପାଇଁ ପୁରୁଖା ମିଡ୍‌ଫିଲ୍ଡର ସାଲିମା ଟେଟେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଡିଫେଣ୍ଡର ଲାଲ୍‌ଥାଣ୍ଟଲୁଆଙ୍ଗିଙ୍କୁ ପ୍ରଥମ ଥର ଦଳରେ…

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି-ରୋହିତଙ୍କ ସମେତ…

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶୁବମନ…

୬ ବଲ୍‌ରୁ ୬ ଉଇକେଟ୍‌ ନେଇ ଚମତ୍କାର କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କ୍ରିକେଟରେ ହ୍ୟାଟ୍ରିକ ନେବା ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଏ। କିନ୍ତୁ ଦୁଇ ଜଣ ଅଷ୍ଟ୍ରେଲିୟ ବୋଲର ଏପରି ଏକ ସଫଳତା ହାସଲ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri