କ୍ରଶର ମିଲ୍‌ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିର,୬।୧୨ (ଡି.ଏନ୍‌.ଏ.)-
ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏନେଇ ଠକାଦାରମାନେ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଆର୍‌ସିପିଏଲ୍‌ ରାସ୍ତା ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର କାର୍ଯ୍ୟ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜଳସମ୍ପଦ ବିଭାଗ ସହ କୋଠା ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟଗୁଡିକ ଚିପ୍‌ସ ଓ ମେଟାଲ ଅଭାବରୁ ବନ୍ଦ ହୋଇଯାଇଛି। ଦେଢ ମାସ ହେବ ଜିଲାର ଗୋଟିଏ କିମ୍ବା ଦୁଇଟି କ୍ରଶରକୁ ବ୍ଲାଷ୍ଟିଂ ଓ ମେଟାଲ ସପ୍ଲାଇ ପାଇଁ ଅନୁମତି ମିଳିଥିବା ବେଳେ ପ୍ରାୟ ୧୨ଟି କ୍ରଶରକୁ ଏଯାଏ ଅନୁମତି ମିଳିନାହିଁ। ଜିଲା ପ୍ରଶାସନ ପକ୍ଷରୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ଦ୍ୱାରା ଧାର୍ଯ୍ୟ ନୀତିନିୟମ ଅନୁଯାୟୀ କ୍ରଶର ଚଲାଇବାକୁ ସମସ୍ତ କାଗଜପତ୍ର ଯାଞ୍ଚ ଚାଲିଥିବାରୁ କ୍ରଶରଗୁଡିକ ଚାଲିବାକୁ ଅନୁମତି ପ୍ରଦାନ କରାଯାଉ ନ ଥିବା ଜଣାପଡଛି। ଅନ୍ୟପକ୍ଷରେ ଏହା ଜାରି ରହିଲେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଉନ୍ନୟନ ବିଭାଗ କାର୍ଯ୍ୟ ଶେଷ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କ୍ରଶର ବନ୍ଦ ଯୋଗୁ ଜିଲାରେ ଆବାସ ଯୋଜନାରେ ଗୃହ ନିର୍ମାଣ ମଧ୍ୟ ବନ୍ଦ ରହିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କ୍ରଶର ମାଲିକମାନଙ୍କୁ ଡକାଇ କ୍ରଶର ପରିଚାଳନା ଲାଗି ଜରୁରୀ କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri