କୌଳିକ ବୃତ୍ତିକୁ ମିଳୁନି ପ୍ରୋତ୍ସାହନ

ହାଟଡିହୀ, ୩୦।୫(ସ୍ବ.ପ୍ର.)-ହାଟଡିହୀ ବ୍ଲକର ବହୁ ଗାଁରେ କାରିଗର ମାନେ ନିଜର ବାପଗୋସାପ କରିଆସୁଥିବା କୌଳିକ ବୃତ୍ତିକୁ ପେଷାକରି ଚଳିଆସୁଥିଲେ। ପୂର୍ବରୁ ହାତ ତିଆରି ଜିନିଷର ଆଦର ଥିଲା। ମେଳା ମଉଛ ବାହାଘର ବ୍ରତଘର ଆଦି ପର୍ବପର୍ବାଣୀରେ ଭଲ କାରବାର ହେଉଥିଲା ଏସବୁ ଜିନିଷର। ଏମିତିକି ଦୂର ସହରରୁ ବେପାରି ଆସି ଚଢାଦରରେ ନେଉଥିଲେ। କିନ୍ତୁ ସମୟ ବଦଳିଛି ଏହି ହାତ ତିଆରି ଜିନିଷର ଚାହିଦା କମି ଚାଲିଛି। ମିଳୁନି ଉପଯୁକ୍ତ ପାରିଶ୍ରମିକ। କଞ୍ଚା ମାଲର ଅଭାବ ରହିଛି। ଦୁଃଖ, କଷ୍ଟରେ କଟୁଛି କାରିଗରଙ୍କ ପରିବାର। ତଥାପି ଛାଡ଼ି ନାହାନ୍ତି ଏହି ବୃତ୍ତିକୁ।
ଏଭଳି ସଙ୍ଗୀନ ଦୃଶ୍ୟ ଦେଖିବାକୁ ମିଳିଛି ହାଟଡିହୀ ବ୍ଲକରେ। ହାଟଡିହୀ ବ୍ଲକର ବିଶେଷ କରି ହାଟଡିହୀ ଗାଁର ଡମ ସାହିର ଲୋକମାନେ ନିଜର କୌଳିକ ବୃତ୍ତିରେ ବାଉଁଶ ରୁ ବିଭିନ୍ନ ପ୍ରକାର ଜିନିଷ ଡାଲା, କୁଲା, ପାଛିଆ, ନାଳିଆ, ଖଇଚଲା, ଝୁଡି, ବିଞ୍ଚଣା, ଅନ୍ଧୁଲି, ଟୋକୁଲି ଆଦି ଘର ଉପକରଣ ତିଆରି କରି ଜୀବିକା ନିର୍ବାହ କରିଆସୁଥିଲେ। ସେହିପରି କୁମ୍ଭାର ସାହିର ଲୋକେ ମାଟି ତିଆରି କଳସୀ, ହାଣ୍ଡି, ସୁରେଇ, ପଲମ, ଠେକି, କୁମ୍ପି ଆଦି ଜିନିଷମାନ ନିଜ ଜ୍ଞାନ କୌଶଳରେ ତିଆରି କରି ବେଶ ଦିପଇସା ରୋଜଗାର କରି ଆସୁଥିଲେ ା ଗୋପ ଘୁସୁରିଆ ସାହିରେ ଖଜୁରୀ ପତ୍ରରୁ ପଟିଆ, ଛାଞ୍ଚୁଣୀ, ଚଟେଇ ଓ ତାଳ ପତ୍ରରୁ ପଖିଆ, ଆସନ ତିଆରି କରି ଚଳୁଥିଲେ। କିନ୍ତୁ ସମୟ ବଦଳିଛି ପ୍ଲାଷ୍ଟିକ ବଜାରକୁ ଆସିବାପରେ ଏଗୁଡିକର ଚାହିଦା କମିଛି। କମ୍ପାନୀ ମାନେ ଏସବୁ ଜିନିଷ ପ୍ଲାଷ୍ଟିକରେ ତିଆରି କରି ଶସ୍ତାରେ ବିକ୍ରି କରୁଥିବାରୁ ହାତ ତିଆରି ଜିନିଷର ଆଦର କମୁଛି। ଏଣୁ ବୁଡିବାକୁ ବସିଲାଣି କାରୀଗରଙ୍କର କୌଳିକ ବୃତ୍ତି ମିଳୁନି ସରକାରୀ ପ୍ରୋତ୍ସାହନ ଓ ସୁବିଧାରେ ମିଳୁନି କଂଚାମାଲ। ପରିବାର ଚଳାଇବାକୁ ଏମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି। ଅନିଶ୍ଚିତତା ମଧ୍ୟରେ ରହିଯାଇଛି ଶହଶହ ପରିବାରର ଜୀବିକା। ସେଥିଲାଗି ବାହାରକୁ ଦାଦନ ଖଟିବାକୁ କାରିଗରମାନେ ଯିବାକୁ ସଜ ହେଲେଣି। ଏମାନଙ୍କୁ ସରକାରୀ ସହାୟତା ମିଳୁ ନ ଥିବାରୁ ପୁରୁଣା କୌଳିକ ବୃତ୍ତି ଆଗକୁ ହରାଇବାକୁ ପଡ଼ିବ ବୋଲି ସଧାରଣରେ କୁହାଯାଉଛଇ। ତୁରନ୍ତ ସରକାର ଏମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇ ଆବଶ୍ୟକୀୟ ଭିତିଭୂମି ସୃଷ୍ଟିକରିବା ସଙ୍ଗେସଙ୍ଗେ ଉପଯୁକ୍ତ ପ୍ରୋତ୍ସାହନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri