Categories: ଖେଳ

କୋହଲି, ରୋହିତ୍‌, ବୁମ୍‌ରା ପାଇବେ ୭ କୋଟି

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା (୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ) ପ୍ରକାଶ ପାଇଛି। ଏଥିରେ ମୋଟ୍‌ ୪ଟି ଗ୍ରେଡ୍‌ ରହିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ରୋହିତ୍‌ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ସର୍ବୋଚ୍ଚ କାଟେଗୋରି ଗ୍ରେଡ-ଏ+ରେ ସ୍ଥାନ ପାଇଛନ୍ତି। ଏହି ୩ ଖେଳାଳି ବର୍ଷକୁ ବିସିସିଆଇ ନିକଟରୁ ୭ କୋଟି ଟଙ୍କା ପାଇବେ। ସେହିଭଳି ଗ୍ରେଡ-ଏ, ଗ୍ରେଡ୍‌-ବି ଓ ଗ୍ରେଡ୍‌-ସି’ରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ବିସିସିଆଇ ଯଥାକ୍ରମେ ୫ କୋଟି, ୩ କୋଟି ଓ ଏକ କୋଟି ଟଙ୍କା ପ୍ରଦାନ କରିବ।
କେନ୍ଦ୍ରୀୟ ଚୁକ୍ତି ତାଲିକା-
ଗ୍ରେଡ ଏ+: ବିରାଟ କୋହଲି, ରୋହିତ୍‌ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା।
ଗ୍ରେଡ୍‌ ଏ: ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଲୋକେଶ ରାହୁଲ, ଶିଖର ଧାଓ୍ବନ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ରିଷଭ ପନ୍ତ।
ଗ୍ରେଡ୍‌ ବି: ରିଦ୍ଧିମାନ ଶାହ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ବାଲ।
ଗ୍ରେଡ୍‌ ସି: କେଦାର ଯାଦବ, ନବଦୀପ ସଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟାସ ଆୟାର ଓ ଓ୍ବାଶିଂଟନ ସୁନ୍ଦର।

Share