Categories: ଖେଳ

କୋହଲିଙ୍କ ପରେ ଆମିଷ ଛାଡ଼ିଲେ ଛେତ୍ରୀ

କୋଲକାତା,୧୩।୧୦(ପିଟି)- ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପରେ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଆମିଷଖାଦ୍ୟ ଛାଡ଼ି ଦେଇଛନ୍ତି। ଆମିଷ ଖାଦ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟ ବର୍ଜନ କରି ଶାକାହାରୀ ହୋଇଥିବା ଛେତ୍ରୀ କହିଛନ୍ତି। ଏହା ତାଙ୍କୁ ଅଧିକ ଫିଟ୍‌ ରଖିବା ପାଇଁ ସହାୟତା କରୁଛି। ମୁଁ ନିରାମିଶ ହୋଇସାରିଛି। ଆମିଷ କିମ୍ବା ଦୁଗ୍ଧଜାତୀୟ ଖାଦ୍ୟ ମୁଁ ଖାଉ ନାହିଁ। ଆହତ ସମସ୍ୟାରୁ ମୁକୁଳିବା ଓ ହଜମ କରିବାରେ ଏହା ମୋତେ ବହୁତ ସାହାଯ୍ୟ କରୁଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ୭୨ ଗୋଲ କରିଥିବା ଛେତ୍ରୀ ଏକ ସାକ୍ଷାତ୍‌କାରରେ କହିଛନ୍ତି। ୨୦୧୩ ସ୍ପୋର୍ଟିଂ ଲିସ୍‌ବନ କାର୍ଯ୍ୟକ୍ରମ ସମୟରେ ଏ ନେଇ ଅବଗତ ହୋଇଥିବା ସେ କହିଛନ୍ତି। ଆହୁରି ଅଢ଼େଇ ବର୍ଷ ହେଲା ମିଠା ଛାଡ଼ି ଦେଇଛନ୍ତି। କେବଳ ଦୁଇଟି ଖୁସି ମୁହୂର୍ତ୍ତରେ ସେ ମିଠା ଖାଇଛନ୍ତି। ପ୍ରଥମତଃ ବେଙ୍ଗାଲୁରୁ ଏଫ୍‌ସି ଆଇଏସ୍‌ଏଲ ଜିତିବା ଓ କାତାର ବିପକ୍ଷ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଡ୍ର’ ହେବା ପରେ ସେ ଖୁସିରେ ମିଠା ଖାଇଥିଲେ ବୋଲି କହିଛନ୍ତି।

Share