Categories: ଖେଳ

କୋହଲିଙ୍କ ନୂଆ ହେୟାର ଷ୍ଟାଇଲ ବନେଇଲେ ଅନୁସ୍କା

କରୋନା ଭାଇରସ ସଂକ୍ରମଣ ଯୋଗୁ ଏବେ ସବୁ ଖେଳ ବନ୍ଦ। ସାରା ଭାରତ ଲକ୍‌ଡାଉନ୍‌ ଥିବାରୁ ଆଥଲେଟମାନେ ଘରେ ବସି ସମୟ ବିତାଉଛନ୍ତି। ଅନେକ ହୋମ୍‌ ଆଇସୋଲେଶନରେ ମଧ୍ୟ ରହୁଛନ୍ତି। ଏପରି ଏକ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ହେୟାର ଷ୍ଟାଇଲ ବଦଳି ଯାଇଥିବା ପରିଲକ୍ଷିତ ହୋଇଛି। ସବୁଠାରୁ ମଜାଜନକ କଥା ହେଲା କୋହଲିଙ୍କ ଏହି ନୂଆ ହେୟାରଷ୍ଟାଇଲ ବନେଇଛନ୍ତି ପନତ୍ୀ ତଥା ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା। ଅନୁସ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ନିଜେ ରୋଷେଇଘରେ ବ୍ୟବହାର ହେଉଥିବା କତୁରିରେ କୋହଲିଙ୍କ ଚୁଟି କାଟୁଥିବା ଦେଖିବାକୁ ମିଳୁଛି। ଏଥିରେ କୋହଲି ମଧ୍ୟ ବେଶ୍‌ ଖୁସିଥିବା ପରିଲକ୍ଷିତ ହୋଇଛି। ଚୁଟି କଟାଯିବାପରେ ଉଭୟ ଏହାକୁ ନେଇ ଆଲୋଚନା କରୁଛନ୍ତି। ଏହାପରେ କୋହଲି ‘ବିଉଟିଫୁଲ ହେୟାରକଟ୍‌ ବାଇ ମାଇଁ ଓ୍ବାଇଫ’ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ପ୍ରକାଶଯୋଗ୍ୟ ଯେ, ଶୁକ୍ରବାର କୋହଲି ଏକ ଭିଡିଓ ବାର୍ତ୍ତାରେ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ନିୟମକୁ ଅନେକେ ପାଳନ କରୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

Share