Categories: ଖେଳ

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି କେନ୍‌ଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାର କ୍ୟାପ୍‌ଶନରେ କୋହଲି ଲେଖିଛନ୍ତି, କେନ୍‌ଙ୍କ ସହ ଭେଟି ଭଲ ଲାଗିଲା। ଫାଇନାଲ ପାଇଁ ତୁମକୁ ଅନେକ ଅନେକ ଶୁଭେଚ୍ଛା। ଏହି ଫଟୋ କ୍ରୀଡ଼ା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜୁନିୟର ତଥା ଅଭିଷେକ ବଚ୍ଚନଙ୍କ ମଧ୍ୟ ନଜରକୁ ଆସିଥିଲା। ସଙ୍ଗେସଙ୍ଗେ ଇଂଲିଶ କ୍ଲବ ଚେଲ୍‌ସି ପ୍ରଶଂସକ ଅଭିଷେକ ଆଉ ଏକ ଫଟୋ ଶେୟାର କରି କୋହଲିଙ୍କୁ ସମାଲୋଚନା କରିଛନ୍ତି। ୨୦୧୪ର ଉକ୍ତ ଫଟୋରେ କୋହଲି ଚେଲ୍‌ସି ଜର୍ସି ଧରି ଫଟୋ ଉଠାଇଥିଲେ। ଉଲ୍ଲେଖଥାଉ କି, ଜୁନ୍‌ ୧ ତାରିଖରେ ଚେଲ୍‌ସି କ୍ଲବ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ଲିଭରପୁଲକୁ ଭେଟିବ। କେନ୍‌ ଏବେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇନାହିଁ।

Share