Categories: ଖେଳ

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ ମଧ୍ୟ ତାଙ୍କୁ ଭାରତ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ଦିଆଯାଇନାହିଁ। କେବଳ ଏତିକି ନୁହେଁ, ଚୟନକର୍ତ୍ତା ଭେଟେରାନ ପେସରଙ୍କୁ ଦଳରେ ସ୍ଥାନ ନ ଦେବାର କାରଣ ମଧ୍ୟ ସ୍ପଷ୍ଟ କରି ନାହାନ୍ତି। ଏଥିନେଇ ବୁଧବାର ଷ୍ଟେନ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଦଳରୁ ବାଦ୍‌ ପଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ବିରାଟ ଓ ଭାରତର କୋଟି କୋଟି ପ୍ରଶଂସକ ମୁଁ ସେଠାରେ ଖେଳିବି ବୋଲି ଆଶା କରିଥିଲେ। ହେଲେ ମୋତେ ସୁଯୋଗ ମିଳି ନାହିଁ ବୋଲି ଷ୍ଟେନ କହିଛନ୍ତି। ସେ ଏବେ ୟୁରୋ ଟି୨୦ ସ୍ଲାମ ଖେଳିବେ। ୩୬ ବର୍ଷୀୟ ପେସର ୪୪ ଅନ୍ତର୍ଜାତୀୟ ଟି୨୦ ଖେଳି ୬୧ ଉଇକେଟ ନେଇଛନ୍ତି। ବିଭିନ୍ନ ଦେଶରେ ଖେଳାଯାଉଥିବା ଲିଗ୍‌କୁ ମିଶାଇଲେ ୨୦୧ ମ୍ୟାଚ୍‌ ଖେଳି ମୋଟ ୨୩୧ ଉଇକେଟ ହାସଲ କରିଛନ୍ତି।

Share