Categories: ଖେଳ

କୋମାରେ ଆମେରିକାନ ରେସ୍‌ର

କୋମାରେ ଆମେରିକାନ ରେସ୍‌ର
ମୋଞ୍ଜା,୭।୯: ଆମେରିକାନ-ଇକ୍ୱାଡରିଆନ ଫର୍ମୁଲା ଟୁ ରେସର ଜୁଆନ ମାନୁଏଲ କୋରେଆ ଗତ ସପ୍ତାହରେ ବେଲଜିୟମଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଉକ୍ତ ଦୁର୍ଘଟଣାରେ ଫ୍ରେଞ୍ଚ ଡ୍ରାଇଭର ଆନ୍ଥୋନୀ ହବର୍ଟଙ୍କ ମୃତ୍ୟୁ ଘଟିଥିଲା। ଏବେ ଶ୍ୱାସକ୍ରିୟ କ୍ଷୀଣ ହେବାରୁ କୋରେଆ କୋମାକୁ ଚାଲିଯାଇଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ଶନିବାର କୁହାଯାଇଛି। ୨୦ ବର୍ଷୀୟ ରେସର ଗୁରୁତର ଥିଲେ ମଧ୍ୟ ତାଙ୍କ ଅବସ୍ଥା ଲଣ୍ଡନ ମେଡିକାଲରେ ସ୍ଥିର ଥିଲା। ଗତ ଶନିବାର ଅନୁଷ୍ଠିତ ବେଲଜିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ସ୍ପା-ଫ୍ରାଙ୍କୋରଚାମ୍ପସ ରେସ୍‌ବେଳେ କୋରେଆ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ଼ ଭାଙ୍ଗିଯାଇଥିଲା। ବେଲଜିୟମର ଏକ ମେଡିକାଲରେ ୪ ଘଣ୍ଟା ଧରି ତାଙ୍କର ଅସ୍ତ୍ରୋପଚାର କରାଯିବା ପରେ ସେଠାରୁ ତାଙ୍କୁ ଇଂଲଣ୍ଡ ପଠା ଯାଇଥିଲା।

Share