Categories: ଖେଳ

କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରି ଫିଜି ରଗବି ଖେଳାଳି ଗିରଫ

ଶୁଭ।, ୫/୪: କୋଭିଡ-୧୯ ସେଲ୍ଫ ଆଇସୋଲେଶନ ନିୟମ ଉଲ୍ଲଘଂନ କରି ଫିଜି ର ୨ଜଣ ରାଗବି ଖେଳାଳି ଗିରଫ ହୋଇଛନ୍ତି। ଏହି ୨ ଖେଳାଳି ଙ୍କ ଦାୟିତ୍ବହୀନ ଆଚରଣ ସମ୍ପର୍କ ରେ ବିଶ୍ଵ ରଗବି ର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୱାଲ୍ଡ ରଗବୀ କୁ ଅବଗତ କରାଯିବ ବୋଲି ସ୍ଥାନୀୟ କତ୍ତୁପକ୍ଷ ସୁଚନା ଦେଇଛନ୍ତି। ଏହି ଦୁଇ ଜଣଙ୍କ ପରିଚୟ ବିଷୟ ରେ କିଛି ଉଲ୍ଲେଖ କରାଯାଇନାହିଁ। ତେବେ ଏହି ଖେଳାଳି ମାନେ ପେଶାଦାର ବୋଲି ଫିଜି ରଗବି ୟୁନୀୟନ କହିଛି। ଏହି ଦୁଇ ଖେଳାଳି ପୁରା ଫିଜି କୁ ବିପଦରେ ପକାଇଛନ୍ତି ବୋଲି ଫିଜି ପ୍ରଧାନମନ୍ତ୍ରୀ ବେନିମାରମା କହିଛନ୍ତି। ଜଣେ ଖେଳାଳି ଆଇସୋଲେଶନ ହସ୍ପିଟାଲ୍ ରୁ ଲୁଚି ପଳାଯାଇଥିଲେ। ଏମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଭଳି ଆଚରଣ ଗ୍ରହଣୀୟ ନୁହଁ ବିଶ୍ଵ ରାଗବୀ ମୂଖ୍ୟ ଜନ୍ ଓ କୋନର କହିଛନ୍ତି।

Share