Posted inଖେଳ

କୋଭିଡ-୧୯: ତଳସ୍ତରର ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଇଟିଏଫ୍‌ର ଯୋଜନା

ମୁମ୍ବାଇ, ୧୯।୫(ପି.ଟି.): କୋଭିଡ-୧୯ ଲକ୍‌ଡାଉନ କାରଣରୁ ପ୍ରଭାବିତ ହୋଇଥିବା ତଳସ୍ତରର ପେସାଦାର ଖେଳାଳିଙ୍କୁ ସାହାଯ୍ୟ ଓ ସମର୍ଥନ କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଅଣ୍ଟା ଭିଡିଛି। ଏଥିପାଇଁ ଆଇଟିଏଫ୍‌ ଏକ ନୂଆ ରିଲିଫ୍‌ ଫଣ୍ଡ ଗଠନ କରିବାକୁ ଯୋଜନା କରିଛି। କରୋନା ଭାଇରସ୍‌ ସଂକ୍ରମଣ ପାଇଁ ମାର୍ଚ୍ଚ ପ୍ରାରମ୍ଭରୁ ପେସାଦାର ଟେନିସ ସେସନ ଠପ୍‌ ହୋଇଛି ଓ ଅତିକମ୍‌ରେ ଜୁଲାଇ ଶେଷ ପର୍ଯ୍ୟନ୍ତ ଖେଳ ବନ୍ଦ ରହିବ। କାରଣ ଏବେ ମଧ୍ୟ ବିଶ୍ୱର ପ୍ରାୟ ସବୁ ଦେଶରେ ଯାତ୍ରା କଟକଣା ଜାରି ରହିଛି।

ପୂର୍ବରୁ ଚଳିତମାସ ପ୍ରାରମ୍ଭରେ ଆଇଟିଏଫ୍‌, ଏଟିପି, ଡବ୍ଲ୍ୟୁଟିଏ ଓ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପ୍ରଶାସନିକ ସଂସ୍ଥା ମିଳିତ ଭବେ ତଳସ୍ତରର ପେସାଦାର ଖେଳାଳିଙ୍କ ପାଇଁ ୬ ମିଲିୟନ ବା ୬୦ ଲକ୍ଷ ଅମେରିକୀୟ ଡଲାରର ପାଣ୍ଠି ସଂଗ୍ରହ କରିଥିଲେ। ଟୁର୍ନାମେଣ୍ଟଗୁଡିକ ଉପରେ ନର୍ଭର କରୁଥିବା ୮୦୦ ତଳସ୍ତରର ପେସାଦାର କ୍ରିକେଟରଙ୍କୁ ସାହାଯ୍ୟ କରିବା ପାଇଁ ଏହି ପାଣ୍ଠି ସଂଗ୍ରହ କରାଯାଇଥିଲା। ଉଲ୍ଲେଖଥାଉ କି, ଆଇଟିଏଫ୍‌ ଓ୍ବାଲ୍ଡ ଟୁର ଟେନିସ୍‌ରେ ଲୋୟର ରଙ୍ଗ୍‌ ଟେନିସ ଟୁର୍ନାମେଣ୍ଟ ମଧ୍ୟ ସାମିଲ ରହିଛି। ଜୁନିୟର ଓ ସିନିୟରସ୍ତରର ଗେମ୍‌ ମଧ୍ୟରେ ଏହି ଟୁର୍ନାମେଣ୍ଟଗୁଡିକ ଟ୍ରାଞ୍ଜିସନ ସର୍କିଟ ଭାବେ କାର୍ଯ୍ୟକରେ। ଏଥିରେ ଖେଳାଳିମାନେ ଅର୍ଥ ରୋଜଗାର କରିବା ସହ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆଣି ପୁରୁଷ ଏଟିପି ଟୁର ଓ ମହିଳା ଏଟିପି ଟୁର ଖେଳିବାକୁ ଯୋଗ୍ୟତା ହାସଲ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri