କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୫ା୬-ବଲାଙ୍ଗୀର ମୁଖ୍ୟ ଡାକଘର ପରିସରରେ ଶୁକ୍ରବାର ଭାରତୀୟ ଡାକବିଭାଗ ପକ୍ଷରୁ ଏକ କମନ୍‌ ସର୍ଭିସ ସେଣ୍ଟର ଉଦ୍‌ଘାଟନ କରାଯାଇଛି ା ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଦେବୀ ପ୍ରସାଦ ନାୟକ ଏହି କମନ୍‌ ସର୍ଭିସ ସେଣ୍ଟରର ଉଦ୍‌ଘାଟନ କରିଥିଲେ ା ସମ୍ମାନିତ ଅତିଥିଭାବେ ମହିଳା ଭଲିବଲ ଖେଳାଳି ତଥା ଆଟଗଁା ସରପଞ୍ଚ ବବିତା ପୁଟେଲ, ଡାକଟିକଟ ସଂଗ୍ରାହକ କମଳ ଚକ୍ରବର୍ତ୍ତୀ, ଗଙ୍ଗାଧର ତ୍ରିପାଠୀ ଯୋଗ ଦେଇଥିଲେ ା କାର୍ଯ୍ୟକ୍ରମକୁ ରସରାଜ ଅଚ୍ୟୁତ ପୁରୋହିତ ପରିଚାଳନା କରିଥିଲେ ା ଏହି ନବ ଉଦ୍‌ଘାଟିତ କମନ୍‌ ସର୍ଭିସ ସେଣ୍ଟରରେ ଜନସାଧାରଣ ବିଭିନ୍ନ ପ୍ରକାର ଡିଜିଟାଲ ସେବା ସୁବିଧା ପାଇପାରିବେ ା ଏଠାରେ ଆଧାର କାର୍ଡ, ପାନ କାର୍ଡ, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର, ପାସ୍‌ପୋର୍ଟ, ଟ୍ରେନ୍‌ ଓ ଉଡାଜାହାଜ ଟିକଟ ସେବା ପାଇପାରିବେ ବୋଲି ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ା ଏହି ଅବସରରେ ସହକାରୀ ଡା ଅଧିକ୍ଷକ ସର୍ବେଶ୍ୱର ବଳିଆର ସିଂ ଓ ଭରତ ଜାଲି, ଡାକବିଭାଗର ଦେବାନନ୍ଦ ପୁଟେଲ, ସ୍ବାଧୀନ ପଣ୍ଡା, ସୌମେନ୍ଦ୍ର ପାତ୍ର, ବନ୍ଦିତା ଦର୍ଜୀ, ମୀନତୀ ଡାଙ୍ଗ, ଆଶିଷ ଚୌହାନ, ସୂରଜ ମେହେର, ପ୍ରଶାନ୍ତ ଜାଲ, ସ୍ନିଗ୍ଧାରାଣୀ ଭୋଇ, ଲିପ୍‌ସା ମିଶ୍ର ଓ ଭାରତୀ ଉପସ୍ଥିତ ଥିଲେ ା କମନ୍‌ ସର୍ଭିସ ସେଣ୍ଟର ପାଇଁ ମୁଖ୍ୟ ଡାକଘରରେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି ା ଏହି କାଉଣ୍ଟର ଉଦ୍‌ଘାଟନ ପରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଡାକବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ସ୍ପେଶାଲ ପୋଷ୍ଟାଲ କ୍ୟାନ୍‌ସେଲେସନ୍‌କୁ ଡାକ ଅଧିକ୍ଷକ ନାୟକ ଉନ୍ମୋଚନ କରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

‘ସାଲୁଜା ଯୁଆଡେ, ଆମେ ସିଆଡେ’

କଣ୍ଟାବାଞ୍ଜି, ୧୦/୪ (ଗୁରୁଦୟାଲ ହଂସ):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ...

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri