କୋଭିଡ୍‌-୧୯ ବିଶେଷଜ୍ଞ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍‌ ଯେଭଳି ଅଧିକ ଲୋକଙ୍କୁ ସଂକ୍ରମିତ ନ ହେବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ହେଉଥିବା ରୋଗ ଲାଗି କୌଣସି ଔଷଧ ବାହାରିପାରି ନ ଥିବାରୁ ପ୍ରତ୍ୟେକ ଦେଶ ତା’ର ଗବେଷଣା ଓ ବିକାଶ ବିଭାଗକୁ ଏଥିଲାଗି ଜାଗତିଆର କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ଜାତୀୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଏକ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପ୍‌କୁ ମନୋନୀତ କରିଛି। ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା ସ୍ଥାନ ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଓଡ଼ିଶାବାସୀ ଜାଣିବାକୁ ଆଗ୍ରହ ରଖିବା ସ୍ବାଭାବିକ।
୧୯୫୩ ମସିହାରେ ଡାକ୍ତର ଦିଗମ୍ବର ବେହେରା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ମସିହାରେ ସେ କଟକର ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ପିଜିଆଇ ଚଣ୍ଡିଗଡ଼ରେ ଜୁନିୟର ରେସିଡେଣ୍ଟ ଭାବେ ଯୋଗ ଦେଇଥିଲେ। ୧୯୮୧ରେ ପିଜିଆଇ ଚଣ୍ଡିଗଡ଼ରୁ ଏମ୍‌ଡି ଡିଗ୍ରୀ ହାସଲ କରିଥିବା ଦିଗମ୍ବର ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ମେଡିସିନ୍‌ର ବିଶେଷଜ୍ଞ ଭାବେ ଡାକ୍ତରୀ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।
ଲଙ୍ଗ୍‌ କ୍ୟାନ୍‌ସର କେମୋଥେରାପିରେ ପାଓନିୟର ବା ଆଗଧାଡ଼ିର ଡାକ୍ତର ଭାବେ ତାଙ୍କ ନାମ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରହିଆସିଛି। ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦି ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସରର ସେ ପ୍ରତିଷ୍ଠାତା ସଭାପତି ରହିଆସିଛନ୍ତି। ତାଙ୍କର ୫୫୦ ଡାକ୍ତରୀ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଥିବା ବେଳେ ସେ ୯ଟି ପୁସ୍ତକ ରଚନା କରିଛନ୍ତି। ସେଥିପାଇଁ ସେ ଦେଶ ବିଦେଶରେ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଯକ୍ଷ୍ମା ଦୂରୀକରଣ ଓ ଫୁସ୍‌ଫୁସ୍‌ କର୍କଟ ଚିକିତ୍ସାରେ ସେ ସିଦ୍ଧହସ୍ତ। ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ ଏଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅଙ୍କଲୋଜିର ଫେଲୋ ଭାବେ ସେ ଜଣାଶୁଣା। ଯକ୍ଷ୍ମା, କର୍କଟ ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରାଯାଇଛି। ଏକ ସାଧାରଣ ପରିବାରରୁ ଆସିଥିବା ଡାକ୍ତର ଦିଗମ୍ବର ପିଜିଆଇଏମ୍‌ଇଆର୍‌ର ଡିପାର୍ଟମେଣ୍ଟ ଅଫ୍‌ ପୁଲ୍‌ମୋନାରି ମେଡିସିନ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଏଥିସହିତ ସେ ୨୦୦୬ରୁ ୨୦୧୨ ଯାଏ ଏଲ୍‌ଆର୍‌ଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ରେସ୍‌ପିରେଟୋରି ଡିଜିଜେସ୍‌ର ନିର୍ଦ୍ଦେଶକ ମଧ୍ୟ ଥିଲେ। ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ଦି ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଚେଷ୍ଟ ଡିଜିଜେସ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌ ସମେତ ବିଭିନ୍ନ ବୈଜ୍ଞାନିକ ପତ୍ରିକାର ସମ୍ପାଦନମଣ୍ଡଳୀ ସଦସ୍ୟ ରହିଛନ୍ତି।
ଏଭଳି ଜଣେ ବିଶେଷଜ୍ଞ କେବଳ ନିଜ ଡାକ୍ତରୀ ପରିମଣ୍ଡଳରେ ପରିଚିତ ନ ହୋଇ ଏବେ ସମଗ୍ର ଦେଶରେ ନିଜର ଦକ୍ଷତା ପାଇଁ ନାମ କମାଇଲେଣି। କରୋନା ଭୂତାଣୁ ଫୁସ୍‌ଫୁସ୍‌ ସଂକ୍ରମଣଠାରୁ ଆରମ୍ଭକରି ଶ୍ୱାସପ୍ରଶ୍ୱାସଜନିତ ରୋଗ ସହ ସମ୍ବନ୍ଧ ଥିବାରୁ ଡାକ୍ତର ବେହେରାଙ୍କୁ ଜାତୀୟସ୍ତରୀୟ ଟାସ୍କଫୋର୍ସ ଦ୍ୱାରା ଗଠିତ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପ୍‌କୁ ମନୋନୀତ କରାଯିବା ଉପଯୁକ୍ତ ଚୟନ ବୋଲି କୁହାଯାଇପାରେ। ୬ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ରେ ତାଙ୍କ ନାମ ସ୍ଥାନ ପାଇବା ପରେ ଡାକ୍ତର ଦିଗମ୍ବର କହିଛନ୍ତି ଯେ, ସେମାନେ ଖୁବ୍‌ଶୀଘ୍ର ଏକ ବୈଠକରେ ବସି କରୋନା ଭୂତାଣୁ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ତାହା ଉପରେ ତର୍ଜମା କରିବେ। ବିଭିନ୍ନ ଦେଶରେ ଏହି ରୋଗ କିଭଳି ଭିନ୍ନ ଭିନ୍ନ ଲକ୍ଷଣ ଦେଖାଇ ଲୋକଙ୍କୁ ସଂକ୍ରମଣ କରୁଛି, ତାହା ଉପରେ ବିସ୍ତୃତ ଆଲୋଚନା କରିବେ। ଏଥିସହିତ ଭାରତ ଲାଗି କିଭଳି କ୍ଲିନିକାଲ ପ୍ରାକ୍ଟିସ୍‌ କରାଯିବ ଏବଂ କୋଭିଡ୍‌-୧୯ ସକାଶେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କେଉଁଭଳି ଭାବେ ଉପାଦେୟ ହୋଇପାରିବ ସେଥିନେଇ ମଧ୍ୟ ବିଚାର କରାଯିବ ବୋଲି ଡାକ୍ତର ଦିଗମ୍ବର କହିଛନ୍ତି। ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିବାରୁ ସଂକ୍ରମଣ ହାରକୁ କିଭଳି ହ୍ରାସ କରାଯାଇପାରିବ, ତାହା ଉପରେ ଉକ୍ତ ଟିମ୍‌ ଗଠନ କରାଯିବା ନିଶ୍ଚତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହଯାଇପାରେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?