କୋଭିଡ୍‌-୧୯ ବିଶେଷଜ୍ଞ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍‌ ଯେଭଳି ଅଧିକ ଲୋକଙ୍କୁ ସଂକ୍ରମିତ ନ ହେବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ହେଉଥିବା ରୋଗ ଲାଗି କୌଣସି ଔଷଧ ବାହାରିପାରି ନ ଥିବାରୁ ପ୍ରତ୍ୟେକ ଦେଶ ତା’ର ଗବେଷଣା ଓ ବିକାଶ ବିଭାଗକୁ ଏଥିଲାଗି ଜାଗତିଆର କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ଜାତୀୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଏକ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପ୍‌କୁ ମନୋନୀତ କରିଛି। ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା ସ୍ଥାନ ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଓଡ଼ିଶାବାସୀ ଜାଣିବାକୁ ଆଗ୍ରହ ରଖିବା ସ୍ବାଭାବିକ।
୧୯୫୩ ମସିହାରେ ଡାକ୍ତର ଦିଗମ୍ବର ବେହେରା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ମସିହାରେ ସେ କଟକର ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ପିଜିଆଇ ଚଣ୍ଡିଗଡ଼ରେ ଜୁନିୟର ରେସିଡେଣ୍ଟ ଭାବେ ଯୋଗ ଦେଇଥିଲେ। ୧୯୮୧ରେ ପିଜିଆଇ ଚଣ୍ଡିଗଡ଼ରୁ ଏମ୍‌ଡି ଡିଗ୍ରୀ ହାସଲ କରିଥିବା ଦିଗମ୍ବର ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ମେଡିସିନ୍‌ର ବିଶେଷଜ୍ଞ ଭାବେ ଡାକ୍ତରୀ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।
ଲଙ୍ଗ୍‌ କ୍ୟାନ୍‌ସର କେମୋଥେରାପିରେ ପାଓନିୟର ବା ଆଗଧାଡ଼ିର ଡାକ୍ତର ଭାବେ ତାଙ୍କ ନାମ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରହିଆସିଛି। ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦି ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସରର ସେ ପ୍ରତିଷ୍ଠାତା ସଭାପତି ରହିଆସିଛନ୍ତି। ତାଙ୍କର ୫୫୦ ଡାକ୍ତରୀ ଗବେଷଣା ପ୍ରବନ୍ଧ ପ୍ରକାଶ ପାଇଥିବା ବେଳେ ସେ ୯ଟି ପୁସ୍ତକ ରଚନା କରିଛନ୍ତି। ସେଥିପାଇଁ ସେ ଦେଶ ବିଦେଶରେ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଯକ୍ଷ୍ମା ଦୂରୀକରଣ ଓ ଫୁସ୍‌ଫୁସ୍‌ କର୍କଟ ଚିକିତ୍ସାରେ ସେ ସିଦ୍ଧହସ୍ତ। ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ ଏଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅଙ୍କଲୋଜିର ଫେଲୋ ଭାବେ ସେ ଜଣାଶୁଣା। ଯକ୍ଷ୍ମା, କର୍କଟ ଚିକିତ୍ସା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରାଯାଇଛି। ଏକ ସାଧାରଣ ପରିବାରରୁ ଆସିଥିବା ଡାକ୍ତର ଦିଗମ୍ବର ପିଜିଆଇଏମ୍‌ଇଆର୍‌ର ଡିପାର୍ଟମେଣ୍ଟ ଅଫ୍‌ ପୁଲ୍‌ମୋନାରି ମେଡିସିନ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଏଥିସହିତ ସେ ୨୦୦୬ରୁ ୨୦୧୨ ଯାଏ ଏଲ୍‌ଆର୍‌ଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ରେସ୍‌ପିରେଟୋରି ଡିଜିଜେସ୍‌ର ନିର୍ଦ୍ଦେଶକ ମଧ୍ୟ ଥିଲେ। ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଟ୍ୟୁବରକ୍ୟୁଲୋସିସ୍‌ ଆଣ୍ଡ୍‌ ଦି ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଚେଷ୍ଟ ଡିଜିଜେସ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍‌ସେସ୍‌ ସମେତ ବିଭିନ୍ନ ବୈଜ୍ଞାନିକ ପତ୍ରିକାର ସମ୍ପାଦନମଣ୍ଡଳୀ ସଦସ୍ୟ ରହିଛନ୍ତି।
ଏଭଳି ଜଣେ ବିଶେଷଜ୍ଞ କେବଳ ନିଜ ଡାକ୍ତରୀ ପରିମଣ୍ଡଳରେ ପରିଚିତ ନ ହୋଇ ଏବେ ସମଗ୍ର ଦେଶରେ ନିଜର ଦକ୍ଷତା ପାଇଁ ନାମ କମାଇଲେଣି। କରୋନା ଭୂତାଣୁ ଫୁସ୍‌ଫୁସ୍‌ ସଂକ୍ରମଣଠାରୁ ଆରମ୍ଭକରି ଶ୍ୱାସପ୍ରଶ୍ୱାସଜନିତ ରୋଗ ସହ ସମ୍ବନ୍ଧ ଥିବାରୁ ଡାକ୍ତର ବେହେରାଙ୍କୁ ଜାତୀୟସ୍ତରୀୟ ଟାସ୍କଫୋର୍ସ ଦ୍ୱାରା ଗଠିତ କ୍ଲିନିକାଲ୍‌ ରିସର୍ଚ୍ଚ ଗ୍ରୁପ୍‌କୁ ମନୋନୀତ କରାଯିବା ଉପଯୁକ୍ତ ଚୟନ ବୋଲି କୁହାଯାଇପାରେ। ୬ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ରେ ତାଙ୍କ ନାମ ସ୍ଥାନ ପାଇବା ପରେ ଡାକ୍ତର ଦିଗମ୍ବର କହିଛନ୍ତି ଯେ, ସେମାନେ ଖୁବ୍‌ଶୀଘ୍ର ଏକ ବୈଠକରେ ବସି କରୋନା ଭୂତାଣୁ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ତାହା ଉପରେ ତର୍ଜମା କରିବେ। ବିଭିନ୍ନ ଦେଶରେ ଏହି ରୋଗ କିଭଳି ଭିନ୍ନ ଭିନ୍ନ ଲକ୍ଷଣ ଦେଖାଇ ଲୋକଙ୍କୁ ସଂକ୍ରମଣ କରୁଛି, ତାହା ଉପରେ ବିସ୍ତୃତ ଆଲୋଚନା କରିବେ। ଏଥିସହିତ ଭାରତ ଲାଗି କିଭଳି କ୍ଲିନିକାଲ ପ୍ରାକ୍ଟିସ୍‌ କରାଯିବ ଏବଂ କୋଭିଡ୍‌-୧୯ ସକାଶେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କେଉଁଭଳି ଭାବେ ଉପାଦେୟ ହୋଇପାରିବ ସେଥିନେଇ ମଧ୍ୟ ବିଚାର କରାଯିବ ବୋଲି ଡାକ୍ତର ଦିଗମ୍ବର କହିଛନ୍ତି। ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିବାରୁ ସଂକ୍ରମଣ ହାରକୁ କିଭଳି ହ୍ରାସ କରାଯାଇପାରିବ, ତାହା ଉପରେ ଉକ୍ତ ଟିମ୍‌ ଗଠନ କରାଯିବା ନିଶ୍ଚତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହଯାଇପାରେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri