Categories: ଖେଳ

କୋଭିଡ୍‌ ହେଲ୍ପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି ଭିନିଥ୍‌

ନୂଆଦିଲ୍ଲୀ, ୧୨ା୪ (ପି.ଟି.)-କେରଳ ରାଜ୍ୟର ଲୋକପ୍ରିୟ ଫୁଟ୍‌ବଲର ସି.ଏସ୍‌, ଭିନିଥ୍‌ ସରକାରଙ୍କ ଏକ ହେଲ୍‌ପଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କିଭଳି ସାମ୍ନା କରିବାକୁ ହେବ ସେ ନେଇ ସେ ଲୋକମାନଙ୍କୁ ପରାମର୍ଶ ହେଉଛନ୍ତି। ଓ୍ବିଙ୍ଗର ଭିନିଥ୍‌ ଜାତୀୟ ଦଳ ତରଫରୁ ଖେଳିଥାନ୍ତି। ୨୦୧୯-୨୦ ଇଣ୍ଡିଆନ ସୁପର ଲିଗ୍‌ରେ ସେ ଜାମ୍‌ସେଦପୁର ଏଫ୍‌ସି ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିଲେ। କନ୍ନୁର ସ୍ଥିତ ହେଲ୍‌ପ ଲାଇନ୍‌ରେ କାର୍ଯ୍ୟ କରିବା ଲାଗି କେରଳ ସ୍ପୋଟର୍‌ସ କାଉନ୍‌ସିଲ ତାଙ୍କ ସହ ଯୋଗାଯୋଗ କରିଥିଲା। ସେ ସଙ୍ଗେ ସଙ୍ଗେ ଏଥିରେ ରାଜି ହୋଇଯାଇଥିଲେ। ୩୧ବର୍ଷୀୟ ଭିନିଥଙ୍କର କେରଳରେ ବହୁ ସମର୍ଥକ ଅଛନ୍ତି। କେରଳ ଫେରିବା ପରେ ସେ ମାର୍ଚ୍ଚ ୨୮ରେ ହେଲ୍‌୍‌ପ ଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। ବିପଦ ହଟିବା ସହ ଲକ୍‌ଡାଉନ୍‌ ଉଠିବା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକରିବେ ବୋଲି କହିଛନ୍ତି। କଲ୍‌ ସେଣ୍ଟରେ ଆମକୁ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ କାର୍ଯ୍ୟ କରିବାକୁ ହେଉଛି। କଲ୍‌ ସେଣ୍ଟରରେ କାର୍ଯ୍ୟକରୁଥିବା ଆମ ସମସ୍ତଙ୍କୁ ବ୍ୟବହାର ପାଇଁ ଗ୍ଲୋଭ୍ସ, ମାସ୍କ ଏବଂ ସାନିଟାଇଜର ଯୋଗାଇ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଆମ ଯିବା ଆସିବା ଘର ଓ ଅଫିସ୍‌ ମଧ୍ୟରେ ସୀମିତ ରହିଛି।

Share