Categories: ଖେଳ

କୋଭିଡ୍‌ ଭ୍ୟାକ୍ସିନ୍‌ ପରେ ଅନ୍ତର୍ଜାତୀୟ ହକି

ଲାଉସାନେ, ୨୧ା୫ (ପି.ଟି.)-କରୋନା ଭାଇରସ୍‌ ମହାମାରୀରୁ ଆରୋଗ୍ୟ ଲାଭ କରିବା ଲାଗି ଭ୍ୟାକ୍ସିିନ୍‌ ବାହାରିବା ପରେ ଯାଇ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇ ପାରେ ବୋଲି ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ହକି (ଏଫ୍‌ଆଇଏଚ୍‌) ଘୋଷଣା କରିଛି। ବିଭିନ୍ନ ସ୍ତରରେ ଖେଳ ଆରମ୍ଭ କରିବା ଲାଗି ଖେଳର ଗଭର୍ନିଂବଡି ୫ଟି ପର୍ଯ୍ୟାୟ ପ୍ରକ୍ରିୟା ସ୍ଥିର କରିଛି। ଏଫ୍‌ଆଇଏଚ୍‌ କହିଛନ୍ତି, ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନେଇ ବିଶ୍ୱ ପ୍ରତିଯୋଗିତା କେବଳ ଅନ୍ତିମ ପର୍ଯ୍ୟାୟ ପ୍ରକ୍ରିୟା ପରେ ଆରମ୍ଭ ହୋଇପାରିବ ହେଲେ ଏଥିପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ନେଦରଲାଣ୍ଡ ଓ ବେଲଜିୟମ ଇତିମଧ୍ୟରେ ସତର୍କତାର ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କ ଟ୍ରେନିଂ ଆରମ୍ଭ କରିଛନ୍ତି। ଏହାକୁ ପ୍ରଥମ ପର୍ଯ୍ୟାୟ କୁହାଯାଇପାରେ। ପରେ ଆଞ୍ଚଳିକ ପ୍ରତିଯୋଗିତା, ଦୁଇ ପଡୋଶୀ ଦେଶ ମଧ୍ୟରେ ମ୍ୟାଚ ଏବଂ ଟ୍ରାନ୍ସ-କଣ୍ଟିନେଣ୍ଟାଲ ଟୁର୍ନାମେଣ୍ଟ ଏବଂ ଶେଷରେ ଭ୍ୟାକ୍ସିନ୍‌ ବାହରିବା ଦରକାର। ତା’ପରେ ଯାଇ ସ୍ବାଭାବିକ ପ୍ରତିଯୋଗିତା କଥା ବିଚାର କରାଯାଇପାରେ ବୋଲି ଏଫ୍‌ଆଇଏଚ୍‌ କହିଛି। ଆୟୋଜକମାନଙ୍କୁ ହକି ଓ୍ବାର୍କଫୋର୍ସ ଏବଂ ଖେଳପ୍ରେମୀଙ୍କ ସୁରକ୍ଷା ପାଇଁ ଆୟୋଜକ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।

Share