Categories: ଖେଳ

କୋପା ଆମେରିକା ଫାଇନାଲରୁ ବାଦ୍‌ ପଡ଼ିଲେ କାସମିରୋ

ରିଓ ଡି ଜେନିରୋ, ୬।୭(ଏଏଫ୍‌ପି)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ବ୍ରାଜିଲ ଓ ପେରୁ ମଧ୍ୟରେ ଖେଳାଯିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବ୍ରାଜିଲ ଦଳକୁ ଶକ୍ତ ଧକ୍କା ଲାଗିଛି। ଦଳର ମିଡ୍‌ଫିଲ୍ଡର କାସମିରୋ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲ ୫-୦ ଗୋଲରେ ପେରୁକୁ ହରାଇଥିଲା। ସେ ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ। ସେ ବାଦ୍‌ ପଡ଼ିବା ଯୋଗୁ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ର ଫଳାଫଳ ଫାଇନାଲରେ ପୁନରାବୃତ୍ତି ନ ହୋଇପାରେ।

Share