Categories: ଖେଳ

କୋପା ଆମେରିକା: କ୍ୱାର୍ଟରରେ ବ୍ରାଜିଲ

ପ୍ୟାରିସ,୨୩ା୬: ପେରୁ ଗୋଲକିପର ପେଡ୍ରୋ ଗାଲେସେଙ୍କ ତ୍ରୁଟି ଯୋଗୁ ବ୍ରାଜିଲ ଦଳ ତା’ର କୋପା ଆମେରିକା ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ହାସଲ କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସାଉ ପାଉଲୋଠାରେ ଖେଳାଯାଇଥିବା ମୁକାବିଲାକୁ ବ୍ରାଜିଲ ୫-୦ ଗୋଲରେ ଜିତି ନେଇଛି। ମାସମିରୋ (୧୨ତମ ମିନିଟ୍‌), ରବର୍ଟୋ ଫିରମିନୋ(୧୯ତମ), ଇଭେର୍ଟନ ସୋରେସ (୩୨ତମ), ଡାନି ଅଲଭେସ (୫୩ତମ) ଓ ଓ୍ବିଲିଆନ (୯୦ତମ) ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ୪ ପଏଣ୍ଟ ପାଇଥିବା ପେରୁକୁ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବା ଲାଗି ଅନ୍ୟ ଗ୍ରୁପ ମ୍ୟାଚ୍‌ ଉପରେ ନିର୍ଭର ରହିବାକୁ ପଡ଼ିବ।

Share