Categories: ଖେଳ

କୋଣ୍ଟାଙ୍କ ଚମକପ୍ରଦ ବିଜୟ

ରୋମ୍‌, ୧୮ା୫ (ଏଏଫ୍‌ପି)-କିକି ବର୍ଟେନ୍ସଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ସହ ବ୍ରିଟେନ୍‌ର ଜୋହାନା କୋଣ୍ଟା ଇଟାଲିଆନ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୪୨ ର଼୍ୟାଙ୍କିଙ୍ଗପ୍ରାପ୍ତ କୋଣ୍ଟା ପ୍ରଥମ ସେଟ୍‌ରେ ୫-୭ ପଛୁଆ ରହିବା ପରେ ପରବର୍ତ୍ତୀ ଦୁଇ ସେଟ୍‌ ୭-୫, ୬-୨ରେ ଗତ ସପ୍ତାହରେ ମାଡ୍ରିଡ୍‌ ଓପନ ଜିତିଥିବା ବର୍ଟେନ୍ସଙ୍କୁ ହରାଇଦେଇଥିଲେ। ଶୁକ୍ରବାର ହାତରେ ଆଘାତପ୍ରାପ୍ତ ଯୋଗୁ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଜାପାନର ନାଓମି ଓସାକା କ୍ୱାର୍ଟରଫାଇନାଲରୁ ଓହରିଯିବା ଫଳରେ ଡଚ୍‌ ମହିଳା ଖେଳାଳି ବର୍ଟେନ୍ସ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। କୋଣ୍ଟା ଫାଇନାଲରେ ଚେକ୍‌ ରିପବ୍ଲିକର ଚତୁର୍ଥ ସିଡ୍‌ କାରୋଲିନା ପ୍ଲିସ୍‌କୋଭା କିମ୍ବା ଗ୍ରୀକ୍‌ କ୍ୱାଲିଫାୟର ମାରିଆ ସାକାରିଙ୍କୁ ଭେଟିବେ।

Share