କୋଡିଙ୍ଗାମାଳି ପାହାଡ଼ରେ ଚାରା ଲଗାଇଲେ ଛାତ୍ରୀଛାତ୍ର

ଲକ୍ଷ୍ମୀପୁର,୭ା୭: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଉପରଚମ୍ପି ପଞ୍ଚାୟତରେ ଥିବା କୋଡିଙ୍ଗାମାଳି ପାହାଡ଼ରେ ଚାରା ରୋପଣ କରିଛନ୍ତି ସ୍କୁଲ ଛାତ୍ରୀଛାତ୍ର। ଖଣି ଅଞ୍ଚଳ ଭାବେ ପରିଚିତ ଥିବା ଏହି ପାହାଡ଼ ଓ ଆଖପାଖରେ ସୁସ୍ଥ ବାତାବରଣ ପାଇଁ ଏହି ଅଭିଯାନ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। କୋଡିଙ୍ଗାମାଳିର ୨୦ ହେକ୍ଟର ଜମିରେ ୩୨ ହଜାର ଚାରା ଲଗାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ସମ୍ମାନିତ ଅତିଥି ଭାବେ ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ମିଶ୍ର, ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ ସେନାପତି, ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଅବକାରୀ ବିଭାଗ ଅଧିକାରୀ ଭବାନୀଶଙ୍କର ସେଠୀ, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବାସୁଦେବ ମହାଙ୍କୁଡ଼, ଚମ୍ପି ଉଚ୍ଚବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏଥିରେ ଲୋକଙ୍କୁ ସଚେତନ କରାଇବା ସହ ଚାରା ଲଗାଇଥିଲେ। ଚମ୍ପି ବନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କଲେକା, ଦଶମନ୍ତପୁର ବ୍ଲକ ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ରଥ ଓ ଭାଗ୍ୟପ୍ରିୟା ସେଠୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri