କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଗଠିତ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଚୟନ ପ୍ରକ୍ରିୟା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍କ୍ରିନିଂ କମିଟିର ସଦସ୍ୟ ରୂପେ ସର୍ବସମ୍ମତି କ୍ରମେ ସ୍କ୍ରିନିଂ କମିଟିର ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ, ଉପାଧ୍ୟକ୍ଷା ଧିରାମଣୀ ଦାସ, ସମିତି ସଦସ୍ୟ ତ୍ରିଭୁବନ ନାଏକ, ରାଜେନ୍ଦ୍ର ନାଏକ, ଭୁବନେଶ୍ୱର ନାଏକ, ଅଶୋକା ନାଏକ, ମାଧୁରୀ ନାଏକ, କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ବରାଡଙ୍ଗା ସରପଞ୍ଚ ଗୋକୁଳ ନାଏକ, ମାଝୀଗୁଡା ସରପଞ୍ଚ କୈକେଇ ନାଏକ, ଗୋତମୁଣ୍ଡା ସରପଞ୍ଚ ଜବାହର ଗୋପାଳ ପ୍ରମୁଖ ସ୍କ୍ରିନିଂ କମିଟିର ସଦସ୍ୟ ଓ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ।