କେରଳରେ ନଜରବନ୍ଦୀ ମହିଳା ଶ୍ରମିକ

ଓଡ଼ାପଡ଼ା, ୮।୫(ଡି.ଏନ.ଏ.) – କେରଳ ରାଜ୍ୟ ଏର୍ନାକୁଲମ୍‌ ଜିଲାର କିଝାକମ୍ବଲମ୍‌ସ୍ଥିତ ‘କାଇଟେକ୍ସ କମ୍ପାନୀରେ କାର୍ଯ୍ୟରତ ଢେଙ୍କାନାଳ ଜିଲାର ୧୫ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି। କେବଳ ଢେଙ୍କାନାଳ ନୁହେଁ, ଓଡ଼ିଶାର ବିଭିନ୍ନ ଜିଲାର ଶତାଧିକ ଶ୍ରମିକ ଅସହାୟ ଅବସ୍ଥାରେ ଅଛନ୍ତି। କରୋନା କଷଣ ସମୟରେ ସମସ୍ତଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ସେମାନେ ଫୋନ୍‌ କରି ଜିଲା ପ୍ରଶାସନର ସହାୟତା ଲୋଡ଼ିଛନ୍ତି।
ଓଡ଼ିଶାର ବିଭିନ୍ନ ଜିଲାରୁ ଶତାଧିକ ମହିଳା ପୋଷାକ ତିଆରି କମ୍ପାନୀ ‘କାଇଟେକ୍ସ’ରେ କାମ କରୁଛନ୍ତି। ତେବେ କରୋନା ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଭୟ ଏବେ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କୁ ଘରମୁହଁା କରିଛି। ସେହିପରି ସମ୍ପୃକ୍ତ କମ୍ପାନୀରେ କାର୍ଯ୍ୟରତ ମହିଳା ଶ୍ରମଜୀବୀମାନେ ଘରକୁ ଫେରି ଆସିବା ଲାଗି ନିଷ୍ପତ୍ତି ନେଇଥିଲେ। ସେମାନେ ସରକାରଙ୍କ ନିୟମ ମୁତାବକ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିଲେ। ପଞ୍ଜୀକୃତ ଶ୍ରମିକଙ୍କୁ ପଞ୍ଜୀକରଣ ନମ୍ବର ମଧ୍ୟ ମିଳିସାରିଛି। ତେବେ ସେମାନେ ଘରକୁ ଫେରି ଆସିବାକୁ ଉଦ୍ୟମ କରୁଥିବା ଜାଣିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ମାନସିକ ନିର୍ଯାତନା ଆରମ୍ଭ କରିଥିବା ମହିଳା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ପଞ୍ଚାୟତ ଲୁଣି ଗ୍ରାମର ସୀମା ପାତ୍ର ସରପଞ୍ଚ ରାଜକିଶୋର ସାହୁଙ୍କୁ ଫୋନ୍‌ କରି ସମସ୍ୟା ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ‘ଧରିତ୍ରୀ’ ପକ୍ଷରୁ କେରଳରେ ଅଟକି ରହିଥିବା ଶ୍ରମିକଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ସହ ବାର୍ତ୍ତାଳାପରୁ ଜଣାପଡ଼ିଛି ଯେ, ଓଡ଼ିଶାରୁ ସର୍ବାଧିକ ମହିଳା ‘କାଇଟେକ୍ସ’ କମ୍ପାନୀରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଢେଙ୍କାନାଳ ଜିଲା ଗଁଦିଆ, ଓଡ଼ାପଡ଼ା, କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ପଞ୍ଚାୟତର ୧୫ଜଣ ଶ୍ରମିକ ସେଠାରେ ଅଟକି ରହିଛନ୍ତି। ସେମାନେ ହେଲେ ସମ୍ବାରୀ ପୂର୍ତ୍ତି, ସମ୍ବାରୀ ତିରିଆ, ଜେମା ଦେଓଗମ୍‌, କଇଁ ବେହେରା, ସରସ୍ବତୀ ପ୍ରଧାନ, ସୁକୁମାରୀ ମହାନ୍ତ, ରୁକ୍ମଣୀ ମହାନ୍ତ, ସସ୍ମିତା ମହାନ୍ତ, ଶୁଭାଞ୍ଜଳି ବାରିକ, ସୁଲୋଚନା ପ୍ରଧାନ, ସୀମା ପାତ୍ର, ସୌଭାଗିନୀ ନାୟକ, ରଞ୍ଜିତା ସ୍ବାଇଁ, ଜୟନ୍ତୀ ଜେନା, ଶୁଭସ୍ମିତା ନାୟକ। ସେହିପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକର ସୁଭଦ୍ରିକା ବେହେରା, କୁନି ନାୟକ, ଅରୁନ୍ଧତୀ ସିଂ, ଯାଜପୁରର ଶୁଶୀଳା ଓରାମ୍‌, ନୂଆପଡ଼ାର ଲିଲେଶ୍ରୀ ସାହୁଙ୍କ ସମେତ ଅନେକ ମହିଳା ଶ୍ରମଜୀବୀଙ୍କ ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦିଆଯାଉନାହିଁ। କଟକଣା ଭିତରେ ରଖାଯାଉଛି। ଏପରି ସ୍ଥିତିରେ ଘରକୁ ଫେରାଇ ଆଣିବାକୁ ନିର୍ଯାତନାର ଶିକାର ହେଉଥିବା ଶ୍ରମିକମାନେ ନିବେଦନ କରିଛନ୍ତି।
ଏ ନେଇ ସରପଞ୍ଚ ସାହୁ କୁହନ୍ତି, ପଞ୍ଚାୟତର ଜଣେ ଝିଅ ଏପରି ଅଭିଯୋଗ କରିଛନ୍ତି। ସମସ୍ୟା ବିଷୟରେ ସେ ବିଡିଓ ଏବଂ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଏ ନେଇ ଏର୍ନାକୁଲମ୍‌ ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri