କେବଳ ଲୋକ ଦେଖାଣିଆ ଅସ୍ଥାୟୀ ଶିବିର

ନୂଆପଡା ଅଫିସ,୮ା୫-ଓଡ଼ିଶାର ବିଭିନ୍ନ ଜିଲାର ଲୋକେ କାମଧନ୍ଧା କରିବାକୁ ଯାଇ ଆଉ ଗୋଟିଏ ଜିଲାରେ ଲକ୍‌ ଡାଉନ୍‌ ଯୋଗୁ ଅଟକି ରହିଛନ୍ତି। ସେହିଭଳି ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏବେ ନିଜ ଉଦ୍ୟମରେ ଘରକୁ ଫେରୁଛନ୍ତି। ହେଲେ ନିଜ ଅଞ୍ଚଳରେ ପହଞ୍ଚିବା ପରେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଅବହେଳାରୁ ଘରକୁ ଫେରୁଥିବା ଏହି ଲୋକେ ହଇରାଣ ହେଉଛନ୍ତି। ଏହିକ୍ରମରେ ନୂଆପଡ଼ା ଜିଲାର କେତକ ଲୋକ ଶୁକ୍ରବାର ନିଜ ଉଦ୍ୟମରେ କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ଆସି ପହଞ୍ଚିଛନ୍ତି। ହେଲେ ଏମାନେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଅବହେଳାର ଶିକାର ହୋଇଥିବା ପ୍ରମାଣ ମିଳିଛି। ଭୋର ୪ଟାବେଳେ କେନ୍ଦ୍ରାପଡାରୁ ଏକ ବସ୍‌ ଯୋଗେ ୭ଶିଶୁ, ୧୪ମହିଳା ସମେତ ମୋଟ ୪୧ଜଣ ଶ୍ରମିକ ଆସି ନୂଆପଡ଼ାରେ ପହଞ୍ଚିଥିଲେ। ସ୍ଥାନୀୟ କଲ୍ୟାଣ ମଣ୍ଡପସ୍ଥିତ ଖୋଲା ପଡିଆରେ ଏମାନେ ସକାଳ ୮ଟାଯାଏଁ ଭୋକରେ ବସି ରହିଥିଲେ । ସ୍ଥାନୀୟ ପୋଲିସ କେବଳ ଏମାନଙ୍କୁ ଜଗି ରହିଥିଲା। ପ୍ରଶାସନ ପକ୍ଷରୁ ଏମାନଙ୍କୁ ପାଣି ଟୋପେ ମଧ୍ୟ ପିଇବାକୁ ଦିଆଯାଇ ନ ଥିଲା। ଏଣୁ ପ୍ରଶାସନ ପ୍ରତି ଏମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ଏକ ବସ୍‌ ଯୋଗେ ଏମାନଙ୍କୁ ବେଲଟୁକୁରୀକୁ ପୋଲିସ ପଠାଇ ଦେଇ ନିଜ କାମ ସାରି ଦେଇଥିଲା। ପରେ ରାୟଗଡାରୁ ଚାଲି ଚାଲି ଆଉ ୩୨ଜଣ ଶ୍ରମିକ ଏଠାରେ ପହଞ୍ଚତ୍ ଥିଲେ। ଏମାନେ ମଧ୍ୟ ପଡ଼ିଆରେ ଦୀର୍ଘ ସମୟ ଧରି ବସି ରହିଥିଲେ। ଏମାନଙ୍କ ପାଖରେ ବି କେହି ପହଞ୍ଚି ନ ଥିଲେ। ଶେଷରେ ବ୍ଲକ୍‌ କର୍ତ୍ତପକ୍ଷଙ୍କ ହସ୍ତକ୍ଷେପ ପରେ ଅମାନାରା ପଞ୍ଚାାୟତ କର୍ତ୍ତପକ୍ଷ ଆସି ଏମାନଙ୍କୁ ନେଇଥିଲେ। ଏଣୁ ନୂଆପଡ଼ା କଲ୍ୟାଣ ମଣ୍ଡପରେ କରାଯାଇଥିବା ଅସ୍ଥାୟୀ ଶିବିର କେବଳ ଲୋକ ଦେଖାଣିଆ ବୋଲି ପ୍ରମାଣିତ କରିଛି। ଏହି ଶିବିର ଦାୟିତ୍ୱରେ ଥିବା କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ। ଆଗକୁ ହଜାର ହଜାର ଶ୍ରମିକ ଆସିବେ। ପ୍ରଶାସନ ତାହା କେମିତି ସମ୍ଭାଳିବ ବୋଲି ଏବେଠୁ ପ୍ରଶ୍ନ ଉଠିଲାଣି। ତେବେ ନୂଆପଡା ବ୍ଲକ୍‌ କର୍ତ୍ତପକ୍ଷ ନିଜକୁ ବଞ୍ଚାଇବାକୁ ଯାଇ ଠିକ୍‌ରେ ସମସ୍ତ ଅଧିକାରୀ ନିଜ ନିଜର ଦାୟିତ୍ୱ ତୁଲାଉଥିବା ସଫେଇ ଦେଇଛି। ହେଲେ ଶ୍ରମ ବିଭାଗର ସହଯୋଗ ମିଳୁ ନ ଥିବା କହି ଦୋଷ ଲଦିଛନ୍ତି। ଶ୍ରମ ବିଭାଗ କିନ୍ତୁ କୌଣସି ଉତ୍ତର ଦେବାକୁ ରାଜି ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri