କେବଳ ଖାଦ୍ୟକୁ ସ୍ବାଦିଷ୍ଟ ନୁହେଁ ବରଂ ଦୃଷ୍ଟି ଶକ୍ତିକୁ ବି ବଢ଼ାଇଥାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ଫିଟ୍‌ ରହିବା ଜରୁରୀ ହୋଇପଡ଼ିଛି। ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇଥାନ୍ତି। ହେଲେ ଭିନ୍ନ ଭିନ୍ନ ପନିପରିବା ଓ ଫଳର ନିଜର ସ୍ବତନ୍ତ୍ର ଉପକାରୀ ଗୁଣ ରହିଛି। ଖାଦ୍ୟରେ ସ୍ବାଦ ବଢ଼ାଉଥିବା ଟମାଟୋ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇବା ସହ ପ୍ରାୟ ୫ ପ୍ରକାରର କ୍ୟାନ୍‌ସରଠାରୁ ମଧ୍ୟ ଦୂରେଇ ରଖିଥାଏ। ନିକଟରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।
ଦୃଷ୍ଟି ଶକ୍ତି ବୃଦ୍ଧି: ନିୟମିତ ଭାବେ ଟମାଟୋ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ। କାରଣ ଏଥିରେ ଥିବା ଭିଟାମିନ-ଏ ଆଖି ପାଇଁ ଜରୁରୀ। ଏଥିସହ ଟମାଟୋରେ ଆଣ୍ଟି- ଅକ୍ସିଡାଣ୍ଟସ୍‌ ରହିଥିବାରୁ ଏହା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ହାର୍ଟକୁ ସୁସ୍ଥ ରଖେ: ଆଜିକାଲି ଖରାପ ଓ ବ୍ୟସ୍ତ ବହୁଳ ଲାଇଫଷ୍ଟାଇଲ ପାଇଁ ହାର୍ଟ ଆଟାକ ସମସ୍ୟା ଦେଖାଦେବା ସାଧାରଣ କଥା ହୋଇଗଲାଣି। ନିଜ ଦୈନନ୍ଦିନ ଖାଦ୍ୟରେ ଟମାଟୋକୁ ସାମିଲ କଲେ ଏହା ହାର୍ଟକୁ ସୁସ୍ଥ ରଖିଥାଏ। ଏକ ରିପୋର୍ଟ ଅନୁସାରେ ଯଦି ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଆପଣ ଟମାଟୋ ଖାଆନ୍ତି, ତେବେ ହାର୍ଟ ସମ୍ବନ୍ଧୀୟ ସମସ୍ତ ରୋଗ କମ୍‌ ହୋଇଥାଏ।
କ୍ୟାନସରରୁ ମୁକ୍ତି : ଟମାଟୋ ଖାଇବା ଦ୍ୱାରା ପ୍ରାୟ ୫ ପ୍ରକାରର କ୍ୟାନସରଠାରୁ ମୁକ୍ତି ମିଳିଥାଏ। ଯଥା ଲଙ୍ଗ୍ସ, ପ୍ରୋଷ୍ଟେଟ, ଓଭାରିୟନ, ବୋନ ଓ ଷ୍ଟୋମାକ କ୍ୟାନ୍‌ସର। ଟମାଟୋରେ କ୍ୟାନ୍‌ସର ପ୍ରତିରୋଧକାରୀ ଲାଇକୋପିନ ମିଳିଥାଏ। ଏହା ହାଇ ଇଣ୍ଟେକ କ୍ୟାନ୍‌ସରରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ।
ପାଚନ କ୍ରିୟା: ଅନିୟମିତ ଖାଦ୍ୟ ପାନୀୟ ଯୋଗୁ ବହୁ ଲୋକଙ୍କ ପାଚନ କ୍ରିୟା ସମସ୍ୟା ଦେଖାଦେଇଥାଏ। ଏଭଳି ଲୋକ ଟମାଟୋ ଖାଇଲେ ବହୁ ଲାଭ ମିଳିଥାଏ। ଏଥିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri