Posted inଖେଳ

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଭୟେ କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ସ୍ପଟ୍‌ ଫିକ୍ସିଂ ପାଇଁ ଅର୍ଥ ନେଇଥିବା ଜଣାପଡ଼ିଛି। ବେଲାରି ଟସ୍କର୍ସ ଅଧିନାୟକ ତଥା ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ଗୌତମ ଓ କାଜିଙ୍କୁ ସହରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଗିରଫ କରିଛି। କେପିଏଲର ଗତ ଦୁଇ ସିଜନରେ ସ୍ପଟ୍‌ ଫିକ୍ସିଂ ହୋଇଥିବା ଅଭିଯୋଗର ସିସିବି ତଦନ୍ତ କରୁଛି। କେପିଏଲ ଫିକ୍ସିଂରେ ଜଡ଼ିତ ଥିବା ଦୁଇ ଖେଳାଳିଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ କମିଶନର ପୋଲିସ ସନ୍ଦୀପ ପାଟିଲ କହିଛନ୍ତି। ତଦନ୍ତ ପ୍ରକ୍ରିୟାରେ ଆହୁରି ଖେଳାଳିଙ୍କ ଗିରଫ କରାଯାଇପାରେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷିତ ଗୋଆ ଓ ମିଜୋରାମ ଦଳରେ ଉଭୟ ଖେଳାଳି ସ୍ଥାନ ପାଇଛନ୍ତି। ପୋଲିସ କହିବା ଅନୁଯାୟୀ, ଚଳିତବର୍ଷ ବେଲାରି ଟସ୍କର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା କେପିଏଲ ଫାଇନାଲରେ ଦୁହେଁ ଧୀମା ବ୍ୟାଟିଂ କରିବା ଲାଗି ୨୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। ହୁବଲି ଟାଇଗର୍ସ ୮ ରନ୍‌ରେ ଜିତି ଚାମ୍ପିୟନ ହୋଇଥିଲା। ଧୀମା ବ୍ୟାଟିଂ ଓ ଅନ୍ୟ କାରଣ ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ବେଙ୍ଗାଲୁରୁ ଦଳର ଖେଳାଳି ନିଶାନ୍ତ ସିଂ ଶେଖାଓ୍ବତଙ୍କ ସହ ଚଳିତ ସପ୍ତାହରେ ପଚାରଉଚରା ପରେ ଏହି ସବୁ ଗିରଫ କରାଯାଇଛି। ଗତ ୨୬ ତାରିଖରେ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ବୋଲିଂ କୋଚ୍‌ ଭିନୁ ପ୍ରସାଦ ଓ ବ୍ୟାଟ୍ସମ୍ୟାନ ବିଶ୍ୱନାଥନ ଗିରଫ ହୋଇଥିଲେ। ୩୩ ବର୍ଷୀୟ ଗୌତମ ଦିଲ୍ଲୀ ଡେୟାରଭେଡିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଆଇପିଏଲରେ ଖେଳିଛନ୍ତି। ସେହିଭଳି ୩୦ ବର୍ଷୀୟ କାଜି ୨୦୧୧ରେ ଆରସିବି ପାଇଁ ଖେଳିଥିଲେ। କିନ୍ତୁ ଛାପ ଛାଡ଼ିବାରେ ବିଫଳ ହୋଇଥିଲେ। ସେ ୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ସ୍କାଣ୍ଡାଲରେ ଜଡ଼ିତ ହେବାରେ ଗୌତମ ସବୁଠୁ ବଡ଼ ନାମ। ୯୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ସହ ସେ କର୍ନାଟକ ଦଳର ନିୟମିତ ସଦସ୍ୟ ଥିଲେ। ଚଳିତ ସିଜନରେ ସେ ଗୋଆ ପାଇଁ ଖେଳିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?