କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା କମୁଛି। ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବନୀକରଣ କରାଯାଉଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଗଛଗୁଡିକ ବଞ୍ଚୁ ନାହିଁ। କେବଳ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ଦର୍ଶାଯାଉଥିବା ବେଳେ ବାସ୍ତବ ଚିତ୍ର ଅଲଗା ବୋଲି ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ତଥ୍ୟ ଅନୁଯାୟୀ ୨୦୦୦-୦୧ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦୁଝର ବନଖଣ୍ଡରେ ସମୁଦାୟ ୧,୯୩,୯୨,୦୨୦ ଟି ଚାରା ରୋପଣ ହୋଇଛି। ଏବାବଦରେ ଅଦ୍ୟାବଧି ୭୦ କୋଟି ୬୪ ଲକ୍ଷ ୪୨ ହଜାର ୫୯୦ ଟଙ୍କା ବ୍ୟୟ କରାଯାଇଛି। ସେଥିମଧ୍ୟରୁ ଖଣିସଂସ୍ଥା ଦ୍ୱାରା ୧୪୦୦୫.୯୦୧୪ ହେକ୍ଟର ଜମିରେ ବନୀକରଣ କରାଯାଇଛି। ୩୦.୪୪ କି.ମି. ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇ ସମୁଦାୟ ୬୧ଲକ୍ଷ ୩୧ହଜାର ୮୯୪ ଟି ଚାରା ରୋପଣ କରାଯାଇଛି। ଏଥିପାଇଁ ୧୮ କୋଟି ୭୩ ଲକ୍ଷ ୭୬ ହଜାର ୯୬୬ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୧୦ ଲକ୍ଷ ୭୫ ହଜାର ୯୧୧ ଟଙ୍କା ବ୍ୟୟରେ ବଡବିଲ ଅଞ୍ଚଳରେ ୩୦୦୦ ଚାରା ରୋପଣ କରାଯାଇଛି। ଏହାପରେ ବି ଜଙ୍ଗଲ ଓ ଘନତ୍ୱ ବୃଦ୍ଧି ପାଉନାହିଁ। ଜିଲାରେ ସମୁଦାୟ ୩୮୮୪୧୫.୬୭୦୫ ହେକ୍ଟର ବିଭିନ୍ନ କିସମର ଜଙ୍ଗଲ ଜମିରୁ ୨୩୯୧୭.୨୩୧୬ ହେକ୍ଟର ଖଣି କମ୍ପାନୀକୁ ଦିଆଯାଇଛି। ସେଥିରୁ ୭୦୧୬.୧୯୨୨ ହେକ୍ଟର ଜମିରେ ଖନନ ଚାଲିଛି। ଜିଲାର ଖଣିସଂସ୍ଥାଙ୍କୁ ସମୁଦାୟ ୧୧୦୮୦.୦୮୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଲିଜ୍‌ ଦିଆଯାଇଛି। ସେଥିମଧ୍ୟରୁ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ଅନୁମତି ଦିଆଯାଇଛି। ସେହିପରି ୧୭୫୫.୭୦୨ ହେକ୍ଟର ପିଆରଏଫ୍‌ (ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ) ଜଙ୍ଗଲ ଜମି ଖଣିସଂସ୍ଥାକୁ ଲିଜ୍‌ ସୂତ୍ରରେ ଦିଆଯାଇଥିବାବେଳେ ୧୦୬୧.୫୬୨୨ ହେକ୍ଟର ଜମିରେ ଖନନ ପାଇଁ ଅନୁମତି ଦିଆଯାଇଛି। ଏହା ଛଡା ୪୮୨୧.୦୮୫ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ଲିଜ୍‌ ସୂତ୍ରରେ ଦିଆଯାଇଥିବା ବେଳେ ସେଥିରୁ ୧୪୫୦.୩୭୦୪ ହେକ୍ଟର ଜମିରେ ଖଣି ଖନନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ୪୯୨୩.୯୦୩୬ ହେକ୍ଟର ଡିଏଲ୍‌ସି (ଡିଷ୍ଟ୍ରିକ୍ଟ ଲେବଲ କମିଟି) ଦ୍ୱାରା ଘୋଷିତ ଜଙ୍ଗଲ ଜମି ଖଣି ସଂସ୍ଥାମାନଙ୍କୁ ଲିଜ୍‌ ଦିଆଯାଇଥିବା ବେଳେ ୧୭୮୮.୭୨୩୬ ହେକ୍ଟର ଜମିରେ ଖଣି ଖନନ ଅନୁମତି ମିଳିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା କେନ୍ଦୁଝର ଜଙ୍ଗଲରେ ଶାଳ, ପିଆଶାଳ, ଅସନ, କେନ୍ଦୁ, ଶିଶୁ, ଧଉରା, ଶିମିଳି, ବର, ଅଶ୍ୱତ୍‌ଥ, କୁସୁମ, ନିମ୍ବ, ଜାମୁ, ଆମ୍ବ, ମହୁଲ, ଚାର ଆଦି ବହୁ ଜାତିଜାତିକା ଗଛ ରହିଛି। ଜଙ୍ଗଲ ପଦା ହେବା ଫଳରେ ଏହି ସବୁ କିସମର ଗଛ ନଷ୍ଟ ହୋଇଯାଇଛି। ଏହା ବଦଳରେ ଶାଗୁଆନ, ଇଉକାଲିପଟାସ, ଆକାଶିଆ ଆଦି ଭଳି ଗଛ ଲଗାଯାଉଥିବାରୁ ଅସନ୍ତୋଷ ବଢୁଛି। ଗଛ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି। ଫଳରେ ବନ୍ୟପ୍ରାଣୀ ବାସହରା ହୋଇ ପଡୁଛନ୍ତି। ଖାଦ୍ୟାଭାବ ଯୋଗୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ବହୁ ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ସରୀସୃପ ତଥା କୀଟ ପତଙ୍ଗ ଲୋପ ପାଇବାକୁ ବସିଲେଣି। ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଏଣୁ ବେଳଠୁଁ ଜଙ୍ଗଲର ସୁରକ୍ଷା କରିବା ଜରୁରୀ ହୋଇପଡିଛି। ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଗାରଖା କରାଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ ଏବଂ ଘନତ୍ୱ ବଢିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri