କୃଷି ବଜେଟରେ ନା କୃଷି ନା କୃଷକ

ବିଚିତ୍ର ବିଶ୍ୱାଳ
ଆମ ରାଜ୍ୟ ଓଡ଼ିଶାରେ ଗତ ୬ବର୍ଷ ହେବ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଉଛି। କିନ୍ତୁ କୃଷକଙ୍କ ସମସ୍ୟାର ସମାଧାନ ଏବେ ବି ଅନେକ ଦୂର। ଚଳିତ ବର୍ଷ ୨୦୧୯-୨୦ରେ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରିଛନ୍ତି। ଏହି କୃଷି ବଜେଟ ଓ କୃଷକଙ୍କ ଅସଲ ସମସ୍ୟା ଭିତରେ କୌଣସି ସମ୍ପର୍କ ଥିବା ପରି ମନେହେଉନାହଁି। କୃଷକଙ୍କ ସମସ୍ୟାକୁ ଦେଖି ସେହି ହିସାବରେ ବ୍ୟୟ ଅଟକଳ ପ୍ରସ୍ତୁତ କରିବାର ଚିନ୍ତାଧାରା ଏବେ ବି ଆମ ଶାସନତନ୍ତ୍ରକୁ ଚିନ୍ତିତ କରିନାହିଁ। ଚଳିତ ବର୍ଷ ରାଜ୍ୟ ସରକାର ୨୦,୭୧୪ କୋଟି ଟଙ୍କାର କୃଷି ବଜେଟ ପ୍ରସ୍ତୁତ କରିଛନ୍ତି। ଗତବର୍ଷ ତୁଳନାରେ ଏଥିରେ ୨୩.୫% ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଏସବୁ ଅଙ୍କ ଯଦିଓ କାନକୁ ଭଲ ଶୁଭୁଛି କିନ୍ତୁ ମୁଖ୍ୟ ପ୍ରଶ୍ନ ହେଉଛି, କୃଷକଙ୍କ ସମସ୍ୟା ଓ ଏହି ବ୍ୟୟ ଅଟକଳ ଭିତରେ କିଛି ସମ୍ପର୍କ ଅଛି କି?
ଆଜିର ସମୟରେ ଆମ ରାଜ୍ୟର କୃଷକଙ୍କର ମୁଖ୍ୟ ସମସ୍ୟା ଉପତ୍ାଦନ ବୃଦ୍ଧି ନୁହେଁ, ଉପତ୍ାଦନର ସଂରକ୍ଷଣ ଓ ଉପତ୍ାଦନକୁ ଉପଯୁକ୍ତ ମୂଲ୍ୟ ନ ମିଳିବା। ଆମେ ବାରମ୍ବାର ଦେଖି ଆସୁଛେ ଯେ, ଅଧିକାଂଶ ଜିଲାର ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଅନେକ ସ୍ଥାନରେ ମଣ୍ଡି ଠିକ୍‌ ଭାବେ ଚାଲୁନାହଁି। ଚାଷୀମାନେ ଦଲାଲଙ୍କୁ ଅତି କମ୍‌ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ଅନେକ ସ୍ଥାନରେ ଚାଷୀମାନେ ମଣ୍ଡିରେ ବି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଚାଷୀଙ୍କଠାରୁ ଧାନ କିଣିବା ପାଇଁ ମଣ୍ଡି ବି ଟାଳଟୁଳ ନୀତି ଆପଣାଉଛି। ଫଳରେ ଚାଷୀମାନେ ନିଜ ଉପତ୍ାଦିତ ଦ୍ରବ୍ୟର ଉପଯୁ୍‌କ୍ତ ମୂଲ୍ୟ ପାଉନାହାନ୍ତି ଓ କ୍ଷତିର ଶିକାର ହେଉଛନ୍ତି। ଗତବର୍ଷ ଆମେ ଦେଖିଲେ ଯେ, ବରଗଡ଼ ଓ ବ୍ରହ୍ମପୁରର ପନିପରିବା ଚାଷୀମାନେ ଟମାଟୋ କିଲୋପ୍ରତି ଏକ ଟଙ୍କାରେ ବିକିବାକୁ ବାଧ୍ୟହେଲେ। କାରଣ ସେମାନଙ୍କ ପାଖରେ ଟମାଟୋ ସଂରକ୍ଷଣ ପାଇଁ କିଛି ବ୍ୟବସ୍ଥା ନ ଥିଲା। ସେମାନଙ୍କ ଆଖପାଖରେ ଶୀତଳ ଭଣ୍ଡାର କି ଗୋଦାମ ଘରର ବ୍ୟବସ୍ଥା ନାହଁି। ଅନେକ କ୍ଷେତ୍ରରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଛାଡ଼ିଦେଉଥିବାର ଖବର ମଧ୍ୟ ମିଳିଲା। ଏପରି ସ୍ଥିତିରେ ସରକାର ଚାଷୀମାନଙ୍କର ଉପତ୍ାଦନ ବୃଦ୍ଧି କରିବା ପାଇଁ ଯୋଜନା କରିବା ଅପେକ୍ଷା ପ୍ରଥମେ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାରର ବ୍ୟବସ୍ଥା କରିବା ଉଚିତ। ଏହାଦ୍ୱାରା ଚାଷୀମାନେ ସେମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ ସଂରକ୍ଷଣକରି ରଖିପାରିବେ ଓ ବଜାରର ଭାଉ ଦେଖି ବିକ୍ରି କରିବେ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ଜିଲା ସ୍ତରରେ ବି ଗୋଟିଏ ଶୀତଳ ଭଣ୍ଡାର ନାହଁିି। ସ୍ବତନ୍ତ୍ର କୃଷି ବଜେଟରେ ଏଥିପାଇଁ କିଛି ବ୍ୟବସ୍ଥା ନାହଁି। ସେହିପରି ଚାଷୀକୁ ତା’ ଉପତ୍ାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରାପ୍ତିକୁ ନିଶ୍ଚିତ କରେଇବା ପାଇଁ ରାଜ୍ୟର ସ୍ବତନ୍ତ୍ର କୃଷି ବଜେଟରେ ବି କିଛି ବ୍ୟବସ୍ଥା ନାହଁି। ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ଯଦିଓ କେନ୍ଦ୍ରର ବିଷୟ, କିନ୍ତୁ ରାଜ୍ୟ ସରକାର ବି ଚାହଁିଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କିଛି ବୋନସ ବ୍ୟବସ୍ଥା କରିପାରନ୍ତେ; ଯାହା ଚାଷୀଙ୍କ କ୍ଷତିକୁ କମ୍‌ କରିବାରେ ସହାୟକ ହୁଅନ୍ତା।
ଏତଦ୍‌ବ୍ୟତୀତ ଆମ ରାଜ୍ୟର ଓ ସାରା ଦେଶର ଚାଷୀଙ୍କର ମୁଖ୍ୟ ସମସ୍ୟା ହେଉଛି, ଚାଷରେ କ୍ରମାଗତ ଭାବେ ବଢ଼ୁଥିବା ଖର୍ଚ୍ଚ। ତେଣୁ ଚାଷରେ ଖର୍ଚ୍ଚ କମ୍‌ କରିବାକୁ ଯୋଜନା ନ କଲେ ଚାଷୀମାନେ ଋଣଯନ୍ତାରୁ ମୁକୁଳିପାରିବେ ନାହଁି। କୃଷି ବଜେଟରେ ହୋଇଥିବା ବ୍ୟବସ୍ଥାରେ ଚାଷୀର ଖର୍ଚ୍ଚ କମିବା ପରିବର୍ତ୍ତେ ବଢ଼ିବ। ଗୋଟିଏ ପଟେ ଚାଷୀକୁ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ମିଳୁନି ଓ ଅନ୍ୟପଟେ ଚାଷରେ ଖର୍ଚ୍ଚ ବଢ଼ୁଛି, ତେଣୁ ଏହା ଚାଷୀ ପାଇଁ ବୋଝ ଉପରେ ନଳିତାବିଡ଼ା ନୁହେଁ ତ ଆଉ କ’ଣ! କୃଷି ବଜେଟରେ ସରକାର ଚାଷୀ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା କରିଛନ୍ତି। ଏଥିରେ କିଛି ବି ନୂଆପଣ ନାହଁି। ଆମେ ଦେଖି ଆସୁଛେ ଯେ, ଏହିସବୁ ଋଣର ସୁବିଧା ଛୋଟ ଓ ନାମମାତ୍ର ଚାଷୀ ଅପେକ୍ଷା ଅତ୍ୟନ୍ତ ବଡ଼ ଚାଷୀ ଓ ବ୍ୟବସାୟୀମାନେ ପାଉଛନ୍ତି। ଏହା ବ୍ୟତୀତ ଚାଷୀକୁ କିପରି ଋଣଯନ୍ତାରୁ ବାହାର କରାଯିବ ସେଥିପାଇଁ ବ୍ୟବସ୍ଥା ନ କରି ସରକାର ପୁନଶ୍ଚ ଚାଷୀକୁ ଋଣ ଆଡ଼କୁ ମୁହଁାଉଛନ୍ତି। ଧୀରେ ଧୀରେ ଆମ ରାଜ୍ୟରେ ବି ରାସାୟନିକ ସାର ଓ କୀଟନାଶକର ବ୍ୟବହାର ବଢ଼ିଲାଣି। ଏହାକୁ କମ୍‌ କରିବା ପାଇଁ ସରକାରଙ୍କ ପାଖରେ କିଛି ଠୋସ୍‌ ଯୋଜନା ଥିବା ପରି ଦେଖାଯାଉନାହଁି। ଭୂତଳ ଜଳସ୍ତର ହ୍ରାସ ଚାଷ ପାଇଁ ଏକ ମହା ସଙ୍କଟ ଭାବେ ଉଭା ହେଲାଣି। ଯେଉଁ ଯେଉଁ ଅଞ୍ଚଳରେ ଅଧିକରୁ ଅଧିକ ପରିମାଣରେ ରାସାୟନିକ ସାର, କୀଟନାଶକ ଆଦି ବ୍ୟବହାର କରାଯାଉଛି, ସେଠି ଏହି ସମସ୍ୟା ଅଧିକ ତୀବ୍ର। ଚଳିତବର୍ଷର କୃଷି ବଜେଟ ଏ ବିଷୟରେ ବି ନୀରବ। ଆମ ରାଜ୍ୟରେ ଜଳସେଚନ ଏକ ମୁଖ୍ୟ ସମସ୍ୟା। ଯଦିଓ ଜଳସେଚନ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ ସବୁ ଜମିକୁ ଜଳ ପହଞ୍ଚେଇବା କାମକୁ ଗୁରୁତ୍ୱର ସହ ନେଇନାହାନ୍ତି। ଆମ ରାଜ୍ୟର ଚାଷୀମାନେ ଗତ କିଛିବର୍ଷ ହେବ ସୁରକ୍ଷା ଭତ୍ତା ପାଇଁ ଆନ୍ଦୋଳନ କରିଆସୁଛନ୍ତି। ଅନେକ ଥର ରାଜଧାନୀରେ ବିକ୍ଷୋଭ, ଅର୍ଥନୈତିକ ଅବରୋଧ ଆଦି ମଧ୍ୟ କରିଆସୁଛନ୍ତି, କିନ୍ତୁ ସ୍ବତନ୍ତ୍ର କୃଷି ବଜେଟ ସେ ବିଷୟରେ ନୀରବ। କୃଷିର ବିକାଶ ନାଁରେ କାଳିଆ ଯୋଜନାରେ ବି ଯେପରି ଭାବେ ଟଙ୍କା ବଣ୍ଟାଯାଉଛି, ତାହା କୃଷି ଅପେକ୍ଷା ଅଣକୃଷି କାମରେ ଅଧିକ ବ୍ୟବହାର ହେଉଛି ବୋଲି ସମସ୍ତେ ଜାଣନ୍ତି। କେବଳ ଗୋଟିଏ ସ୍ବତନ୍ତ୍ର କୃଷି ବଜେଟ କରି ଗତାନୁଗତିକ ଭାବେ ଯୋଜନା କଲେ କୃଷକଙ୍କ ସମସ୍ୟାର ସମାଧାନ ହେବ ନାହଁି। କୃଷକଙ୍କ ପ୍ରକୃତ ସମସ୍ୟାକୁ ଦେଖି ତାହାର ସମାଧାନ ପାଇଁ କୃଷି ବଜେଟ ପ୍ରସ୍ତୁତ କରାଗଲେ ହଁି ଆମ ରାଜ୍ୟର କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri