କୃଷିବୀମାରେ ଅନିୟମିତତା, ଆନ୍ଦୋଳନ ପାଇଁ ସଜବାଜ

ପଦ୍ମପୁର, ୨୮।୭ (ଡି.ଏନ.ଏ):ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ବୀମା କମ୍ପାନୀ ଚଞ୍ଚକତା କରିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ବରଂ ଚାଷୀଙ୍କ ମନୋବଳ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରାପ୍ୟରେ ବୀମା କମ୍ପାନୀ ୪ଟି ବ୍ଲକକୁ ଏସିଏଫ ନାମରେ ୩୦ରୁ ୪୦ ପ୍ରତିଶତ ଅର୍ଥ କାଟ କରିଛନ୍ତି। ଫଳରେ ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତି ସହୁଛନ୍ତି । ତେଣୁ କୃଷିବୀମାରେ ଏସିଏଫକୁ ସମ୍ପୂର୍ଣ୍ଣ ଉଠାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ଜୟ କିସାନ ସଂଘର ମିଳିତ ଉଦ୍ୟମରେ ଚାଷୀମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିଛି । ୨୦୧୮ରେ ଏସିଏଫ ନାମରେ ବୀମା କମ୍ପାନୀ ମନମୁଖି ଭାବେ ପ୍ରାପ୍ୟ ଦେଇଥିବାରୁ ଏହାର ପ୍ରତିବାଦରେ ମହୁଲପାଲିଠାରେ ଶନିବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୩୦ତାରିଖରେ ଝାରବନ୍ଧଠାରେ ଚାଷୀମାନେ ଏସିଏଫ ନାମରେ ଠକେଇ କରୁଥିବା କମ୍ପାନୀ ବିରୁଦ୍ଧରେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ଏବଂ ସ୍ବାଧୀନତା ଦିବସରେ ଚାଷୀମାନଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ନ ଦେଇ କମ୍ପାନୀ ଶୋଷଣ କରୁଥିବାରୁ ଏହି ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଶିବ ପ୍ରଧାନ, ରମେଶ ମହାପାତ୍ର, ସୁଶୀଲ ସାହୁ, ଅଶୋକ ସାହୁ, ବିଶ୍ୱନାଥ ରଣା, ପୀତାମ୍ବର ସାହୁ, ରୋହିତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, କୈଳାଶ ବାରିକ, ସୌକି ମେହେର, ସୁରେଶ ଗନ୍ଧ, ଡମ୍ବରୁଧର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?