କୃଷକ ସଭାର ବିକ୍ଷୋଭ, ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୩।୮(ଡି.ଏନ.ଏ.)ଅଖିଳ ଭାରତ କୃଷକ ସଭା ଅନୁବଦ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ କମିଟିର ଦେଶବ୍ୟାପୀ ମିଳିତ ଡାକରାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ା ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲାରେ ଗଣ ଆନ୍ଦୋଳନ କରିବାକୁ ଓଡିଶା କୃଷକ ସଭାର ଜିଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ ଆହ୍ବାନ ଦେଇଥିଲେ । କୃଷକ ଓ କୃଷି ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ଋଣ ବୋଝରୁ ମକ୍ତ କରିବା, କୃଷି ଉପତ୍।ଦନ ସମ୍ପର୍କୀୟ ବିନିଯୋଗ ଖର୍ଚ୍ଚ ହ୍ରାସ ପାଇଁ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ସମେତ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରିବା, ଗରୀବ, ମଧ୍ୟମ ଚାଷୀ ଓ କୃଷି ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ୍‌ ଦେବା, ପ୍ରକୃତ ଚାଷୀଙ୍କ ନାମରେ ଜମି ଜମାର ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ ଆଦି ଦାବି ରହିଛି। ସେହିପରି ଜଙ୍ଗଲ ଜମି ଅଧିକାର ଆଇନ୍‌-୨୦୦୬କୁ କାର୍ଯ୍ୟକାରୀ କରିବା, ସମସ୍ତ ପ୍ରକାର ଫସଲକୁ ଅର୍ନ୍ତଭୁକ୍ତ କରି ଓ ଆୟର କ୍ଷତିକୁ ଆକଳନ କରି ଏକ କୃଷକ ସପକ୍ଷବାଦୀ ବ୍ୟାପକ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିବା, କୃଷକ ପରିବାରର ସ୍ବାସ୍ଥ୍ୟବୀମା ଯୋଜନା ଓ ପଶୁସମ୍ପଦ ବୀମା ଯୋଜନାକୁ ସୁନିଶ୍ଚିତ କରିିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତ ବକେୟା ଅର୍ଥରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି ଉଲ୍ଲେଖ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

ବନ୍ଦ ଘରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, ୨୧।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ରବିବାର ରେଗିଡି ସାହିର ଏକ ଭଡ଼ା ଘରୁ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri