କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର

ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ ଖାଇବାରେ ଲାଗିଛି। ବହୁ ସ୍ଥାନରେ ମାଟି ଅତଡ଼ା, ଗର୍ତ୍ତ ହୋଇ ନଦୀକୂଳରେ ଥିବା ବଡ଼ ବଡ଼ ଗଛଗୁଡ଼ିକ ମଧ୍ୟ ଉପୁଡି ପଡୁଛି। ନଦୀ ପାର୍ଶ୍ୱରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାରଙ୍କ ପାଖାପାଖି ୪୦ରୁ ୫୦ ଡିସିମିଲ ଜମି ବିଲୀନ ହେବା ସହ ଆଉ ମାତ୍ର ୨ଶହ ମିଟର ଦୂରରେ ନଦୀଟି ପ୍ରବାହିତ ହେଉଛି। ଆଉ କେତେଟା ବର୍ଷ ପରେ ଉକ୍ତ ଗ୍ରାମ ନଦୀରେ ବିଲୀନ ହେବାର ଆଶଙ୍କା କରି ନଦୀକୂଳବାସୀ ପରିବାର ଭୟଭୀତ ହୋଇପଡ଼ିଛନ୍ତି।
ଦହପଡ଼ା ଗ୍ରାମ ଏକ ଦ୍ୱୀପ ସଦୃଶ। ଗ୍ରାମର ଦୁଇ ପାର୍ଶ୍ୱରେ ବୁଢ଼ାବଳଙ୍ଗ ନଦୀ ଏବଂ ଅନ୍ୟ ଦୁଇ ପାର୍ଶ୍ୱରେ ଏହାର ଶାଖା ନଦୀ ପ୍ରବାହିତ ହେଉଛି। ନଦୀରେ ଟିକିଏ ବନ୍ୟା ଆସିଲେ ଚତୁଃପାର୍ଶ୍ୱରେ ପାଣି ମାଡ଼ିଯାଏ। ଚଳିତବର୍ଷ ଉପରମୁଣ୍ଡରେ ଲଗାଣ ବର୍ଷା ହେବା ଯୋଗୁ ନଦୀରେ ପ୍ରଥମ ବନ୍ୟାଜଳ ଆସିଥିଲା। ବନ୍ୟା ଛାଡ଼ିବା ପରେ ନଦୀ କୂଳରୁ ମାଟି ଅତଡ଼ା ଖାଇବା ସହ କିଛି ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ନଦୀକୂଳରେ ଥିବା ୪ଟି ବଡ଼ ବଡ଼ ଗଛ ଉପୁଡ଼ି ଭାଙ୍ଗିପଡ଼ିଛି। ନଦୀଟି କେତେବେଳେ କୂଳ ଖାଇ ପାର୍ଶ୍ୱରେ ଥିବା ଘରଦ୍ୱାର ନଷ୍ଟ ହୋଇଯିବ ସେହି ଆଶଙ୍କାରେ ରହିଛନ୍ତି ନଦୀକୂଳରେ ଅବସ୍ଥିତ ୧୫ରୁ ଊର୍ଦ୍ଧ୍ୱ ପରିବାର ଲୋକେ। ପୂର୍ବରୁ ନଦୀଟି ଅପରପାର୍ଶ୍ୱରେ ଥିବା ଫୁଲାଡ଼ି ଗ୍ରାମର କୂଳ ଖାଉଥିଲା। ପ୍ରଶାସନ ପକ୍ଷରୁ ନଦୀର ଉଭୟ ପାର୍ଶ୍ୱରେ ପଥର ପ୍ୟାକିଂ ହୋଇଥିଲା। ସେହିପରି ନଦୀର ଅପରପାର୍ଶ୍ୱରେ ଏକ ବୃହତକାର ବାଲି ଉତ୍ସ ସୃଷ୍ଟି ହେବାରୁ ନଦୀ ସ୍ରୋତ କମ୍‌ ହେବା ସହ ବାଲିଚର ପଡୁଛି। ମାତ୍ର ଦହପଡ଼ା ପାର୍ଶ୍ୱରେ ନଦୀର ସ୍ରୋତ ଜୋର୍‌ ବୋହିବା ସହ କୂଳ ଖାଉଛି। ପ୍ରଶାସନ ପକ୍ଷରୁ ନଦୀବନ୍ଧରେ ପଥର ପ୍ୟାକିଂ ସହ କୃତ୍ରିମ ଭାବେ ସୃଷ୍ଟି ହୋଇଥିବା ବାଲି ଉତ୍ସକୁ ଖୋଳାଗଲେ ନଦୀର ସ୍ରୋତ ଉଭୟପାର୍ଶ୍ୱରେ ସମାନ ଭାବେ ପ୍ରବାହିତ ହେବ। ଫଳରେ ବିପଦ ଟଳିବ। ଗ୍ରାମ ତଥା ନଦୀକୂଳିଆ ପରିବାରର ହରେକୃଷ୍ଣ ପ୍ରଧାନ, ଗୌରାଙ୍ଗ ପ୍ରଧାନ, ଲମ୍ବୋଧର ପ୍ରଧାନ, ହେମନ୍ତ ପ୍ରଧାନ, ଯଶୋବନ୍ତ ପ୍ରଧାନ, ସରୋଜ ପ୍ରଧାନ, ମନ୍ମଥ ପ୍ରଧାନ, ଲକ୍ଷ୍ମୀ ମଣି ପ୍ରଧାନ, କନକଲତା ପ୍ରଧାନ, ଉଷାମଣି ପ୍ରଧାନ, ଅତ ପ୍ରଧାନ ପ୍ରମୁଖ ଏହାର ପ୍ରତିକାର ପାଇଁ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଭୀମ ପ୍ରଧାନ କୁହନ୍ତି, ପୂର୍ବରୁ ନଦୀଟି ଫୁଲାଡ଼ି ପାର୍ଶ୍ୱରେ କୂଳ ଖାଉଥିବା ବେଳେ ପ୍ରାୟ ୧୦ବର୍ଷ ହେବ ସେଠାରେ ଏକ ବାଲି ଉତ୍ସ ଗଢ଼ି ଉଠିଛି। ଫଳରେ ସେପଟେ ନଦୀର ସ୍ରୋତ କମିବା ସହ ଆମ ପାର୍ଶ୍ୱରେ ନଦୀ କୂଳ ଖାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ବାଲି ଉତ୍ସକୁ ଭାଙ୍ଗିଲେ ନଦୀର ସ୍ରୋତ ଉଭୟ ପାର୍ଶ୍ୱରେ ସମାନ୍ତରାଳ ଭାବେ ବୋହିବା ସହ ବିଶେଷ କ୍ଷତି ହେବ ନାହଁି ବୋଲି ପ୍ରକାଶ କରିଛନ୍ତି।
ବୃନ୍ଦାବନ ପ୍ରଧାନ କୁହନ୍ତି, ନଦୀଟି କୂଳ ଖାଇବାରେ ଲାଗିଛି। ଗତ ୫ବର୍ଷ ମଧ୍ୟରେ ବିଶେଷ ଭାବେ କୂଳରୁ ମାଟି ଅତଡ଼ା ଖାଇବା ସହ ଗର୍ତ୍ତମାନ ସୃଷ୍ଟି ହେଉଛି। ଏଥିରେ ଆମର ଜମିବାଡ଼ି ନଦୀ ଗର୍ଭରେ ମିଶିଗଲାଣି। ଫଳରେ ଆମେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛୁ।
ଏ ସମ୍ପର୍କରେ ଜିଲା ଜଳସେଚନ ବିଭାଜନ ଏସ୍‌ଡିଓ ନିର୍ମଳକାନ୍ତି ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦହପଡ଼ା ଗ୍ରାମର ସମସ୍ୟା ସହ ଅବଗତ ଅଛି। କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି। ବର୍ଷାଦିନରେ ନଦୀରେ ଜଳ ଅଧିକ ଥିବାରୁ ପଦକ୍ଷେପ ନେବା ସମ୍ଭବ ହୋଇପାରିନାହଁି। ଯଥାଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri