କୂଅ ଖୋଳି ବକେୟା ବିଲ୍‌ ପାଉନାହାନ୍ତି ଚାଷୀ

ବୈପାରୀଗୁଡ଼ା,୨୫।୨(ଡି.ଏନ୍‌.ଏ.)

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୂଅ ଖୋଳି ବିଲ୍‌ ପାଇବା ପାଇଁ ଜଣେ ଚାଷୀଙ୍କ ହନ୍ତସନ୍ତ ହେବାକୁ ପଡ଼ିଛି। ସେ ହେଲେ ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଖଷର୍ଲିଗୁଡ଼ା ଗ୍ରାମର ହରି ଜନମ (୫୦)।
ହରି ଜଣେ ପରିବା ଚାଷୀ। ନିଜ ଉଦ୍ୟମରେ ସେ ଜମିରେ ଚୁଆ ଖୋଳି ସେହି ପାଣିରେ ଚାଷ କରୁଥିଲେ। ପୂର୍ବରୁ ତାଙ୍କୁ ମିଳିଥିବା ଏକ ଆବାସ ଘର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିଥିଲେ। ବ୍ଲକ ପ୍ରଶାସନ ଖୁସି ହୋଇ ପରେ ତାଙ୍କ ପରିବା ଚାଷକୁ ପ୍ରୋତ୍ସାହନ ଦେବାକୁ ଯାଇ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ଲକ୍ଷ ୪୦ ହଜାର ଟଙ୍କା ଅଟ୍ଟକଳରେ ଏକ କୂଅ ଖୋଳାଇବା ପାଇଁ ତାଙ୍କୁ ଚୟନ କରିଥିଲେ। ଏଥିରେ ନିଜେ ହରି ଅନ୍ୟ ଶ୍ରମିକଙ୍କ ସହ ଶ୍ରମଦାନ କରିଥିଲେ। ୬ ମାସ ତଳେ କୂଅଖୋଳା ସଂପୂର୍ଣ୍ଣ ହୋଇଥିବା ବେଳେ ଶ୍ରମିକମାନ ମଜୁରି ପାଇଗଲେଣି। କିନ୍ତୁ ଏଥିରେ ମ୍ୟାଟେରିଆଲ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବାକୁ ବାକି ଅଛି ା ଏ ବାବଦକୁ ଯାହା କିଛି ପରିବା ବିକା ଟଙ୍କା ଓ ଧାର କରଜ କରି ଖର୍ଚ୍ଚ କରିଥିବା ହରିଙ୍କୁ ବାରମ୍ବାର ବ୍ଲକ ପ୍ରଶାସନ ପାଖକୁ ଧାଇଁ ନିରାଶ ହେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମ୍ୟାଟେରିଆଲ୍ସ ବାବଦୀୟ ବିଲ୍‌ ଭେଣ୍ଡରଙ୍କ ଖାତାକୁ ଯାଇଥାଏ। ହିତାଧିକାରୀଙ୍କ ଦ୍ବାରା ଭେଣ୍ଡରଙ୍କ ନାମ ସୁପାରିଶ କରିବା ନିୟମ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାହାକୁ ଭେଣ୍ଡର ଭାବେ ବଛାଯାଇଛି ବୋଲି ହରି ଜାଣିନାହାନ୍ତି। ଭେଣ୍ଡରଙ୍କଠାରୁ ସେ ବଳକା ଅର୍ଥ ଫେରସ୍ତ ପାଇବେ। କିନ୍ତୁ ଶ୍ରମିକ ମଜୁରି ମିଳିବା ପରେ ମ୍ୟାଟେରିଆଲ୍ସ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିପାଇଁ ବାରମ୍ବାର ବ୍ଲକ ଅଫିସ୍‌କୁ ଆସି ବିଡିଓ ଓ ଯନ୍ତ୍ରୀଙ୍କୁ ଭେଟୁଛନ୍ତି। କିନ୍ତୁ ସେମାନେ କେବଳ ଦିନ ଗଡ଼େଇ ଗଡ଼େଇ ଚାଲୁଛନ୍ତି। ତେଣେ ହରିଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିଗଲାଣି। ଏପରିକି ଦିନେ ବିଡିଓଙ୍କ ସାମ୍ନାରେ ବିଷ ବୋତଲ ଦେଖାଇ ଆତ୍ମହତ୍ୟା ଧମକ ମଧ୍ୟ ଦେଇଥିଲେ। ସୋମବାର ପୁଣିଥରେ ବିଡିଓ ରଜନୀକାନ୍ତ ଦାସଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି। ଟଙ୍କା ତୁରନ୍ତ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଏଥିରେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ କହିଛନ୍ତି, ଉପରୁ ଟଙ୍କା ଆସିନାହିଁ। ଟଙ୍କା ଆସିଲେ ତୁରନ୍ତ ଦିଆଯିବ। କିନ୍ତୁ ବିଡିଓଙ୍କ ଆଶ୍ୱସନାକୁ ଗରିବ ହରି ଭରସା କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri