କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌ ଅଶାନ୍ତ କୁମାର ଦାସ ଅଭିଯୁକ୍ତ ଝସକେତନ ରାଉତଙ୍କ ବିରୋଧରେ ତଥ୍ୟ ପ୍ରମାଣକୁ ଭିତ୍ତିକରି ଦୋଷୀ ସାବ୍ୟସ୍ତ କରିଛନ୍ତି। ଗୁରୁବାର ଝସଙ୍କ ବିରୋଧରେ ଚୂଡାନ୍ତ ରାୟ ପ୍ରକାଶ ପାଇବ ବୋଲି କୋର୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ମାମଲାକୁ କ୍ୟାଡର ପିପି ପ୍ରଦୀପ ଦାସ ପରିଚାଳନା କରିଥିଲେ।